ମିଳିଲାନି ଅକ୍ସିଜେନ; ଡାକ୍ତରଖାନାରେ ଆଖି ବୁଜିଲେ ୨୪ ରୋଗୀ

ଚାମରାଜନଗର: କର୍ଣ୍ଣାଟକର ଚାମରାଜନଗରର ଏକ ସରକାରୀ ଡାକ୍ତରଖାନାରେ ରବିବାର ଅକ୍ସିଜେନ ଅଭାବରୁ ୨୪ ଜଣଙ୍କ ଜୀବନ ଯାଇଛି । ଏମାନଙ୍କ ମଧ୍ୟରୁ ୨୩ ଜଣ ରୋଗୀ କୋଭିଡ ସଂକ୍ରମିତ ଥିଲେ । ମିଳିଥିବା ତଥ୍ୟ ଅନୁଯାୟୀ, ପଡୋଶୀ ଜିଲ୍ଲା ମୈଶୁରରୁ ଅକ୍ସଜେନ ଆସୁଥିଲା । ତେବେ ରବିବାର ଅକ୍ସଜେନ ଯୋଗାଣ ହୋଇ ପାରିଲା ନାହିଁ ଯେଉଁଥି ପାଇଁ ଏତେ ରୋଗୀଙ୍କ ଜୀବନ ଚାଲି ଯାଇଥିଲା ।

ସରକାର ଏହି ଘଟଣାର ଯାଞ୍ଚ ପାଇଁ ଆଦେଶ ଦେଇଛନ୍ତି । ଅନ୍ୟପକ୍ଷେ ମୃତକଙ୍କ ପରିବାର ଲୋକେ ଡାକ୍ତରଖାନା ସମ୍ମୁଖରେ ଭିଡ ଜମାଇ ପାଟିତୁଣ୍ଡ କରିଛନ୍ତି । ତେବେ ପରିସ୍ଥିତି ନିୟନ୍ତ୍ରଣରେ ଥିବା କୁହାଯାଉଛି । ତେବେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଗଲାଣି । କଂଗ୍ରେସ ନେତା ଡିକେ ଶିବକୁମାର ଏପରି ଦୁର୍ଘଟଣା ରାଜ୍ୟ ସରକାରଙ୍କ ଅବହେଳା ପାଇଁ ଘଟିଛି ବୋଲି ଅଭିଯୋଗ ଆଣିଛି । ସେ ଟୁଇଟ କରି ଲେଖିଛନ୍ତି, ସରକାରୀ ସ୍ତରରେ ଅବହେଳା ଯୋଗୁ କର୍ଣ୍ଣାଟରେ ୨୪ ରୋଗୀଙ୍କ ମୃତ୍ୟୁ ଘଟିଛି ।
ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା ଏବଂ କର୍ଣ୍ଣାଟକ ସ୍ୱାସ୍ଥ୍ୟମନ୍ତ୍ରୀ ଡା. ସୁଧାକରଙ୍କ ଉଦ୍ଦେଶ୍ୟରେ ପ୍ରଶ୍ନ କରିଛନ୍ତି, ମୁଖ୍ୟମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ରାଜ୍ୟରେ ପର୍ଯ୍ୟାପ୍ତ ଅକ୍ସିଜେନ ଅଛି ବୋଲି କହି ଆସୁଛନ୍ତି। ଏମିତି ଆଉ କେତେ ଲୋକଙ୍କ ଜୀବନ ଯିବ ବୋଲି ସେ ପଚାରିଛନ୍ତି । ତେବେ ଏପରି ଅଭିଯୋଗକୁ ରାଜ୍ୟ ସରକାର ଖଣ୍ଡନ କରିଛନ୍ତି।

You might also like