ଆଫଗାନିସ୍ତାନ ରାଷ୍ଟ୍ରପତିଙ୍କ ନିର୍ବାଚନ ରାଲିରେ ବୋମା ବିସ୍ଫୋରଣ; ୨୪ ମୃତ

କାବୁଲ: ଆଫଗାନିସ୍ତାନରେ ଏକ ନିର୍ବାଚନ ରାଲିରେ ଘଟିଥିବା ବୋମା ବିସ୍ଫୋରଣରେ ୨୪ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି। ରାଜଧାନୀ କାବୁଲର ଉତ୍ତରାଞ୍ଚଳରେ ଆୟୋଜିତ ଏହି ରାଲିରେ ଆଫଗାନିସ୍ତାନ ରାଷ୍ଟ୍ରପତି ଅଶ୍ରଫ୍‌ ଘାନି ଯୋଗଦେବାର ଥିଲା। ଏହି ସମୟରେ ସେ ଘଟଣାସ୍ଥଳରେ ନଥିବାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଏହି ସ୍ଥାନ ବ୍ୟତୀତ ମଧ୍ୟ କାବୁଲରେ ମଧ୍ୟ ଏକ ବିସ୍ଫୋରଣ ହୋଇଛି। ଏଠାରେ ୩ ଜଣଙ୍କର ମୃତ୍ୟୁ ହୋଇଛି।

ଯଦିଓ ବର୍ତ୍ତମାନ ସୁଦ୍ଧା କୌଣସି ସଂଗଠନ ଏଥିପାଇଁ ନିଜକୁ ଦାୟୀ କରିନାହାନ୍ତି, ତାଲିବାନର ସମ୍ପୃକ୍ତି ସନ୍ଦେହ କରାଯାଉଛି। ଶାନ୍ତି ପାଇଁ ଆଲୋଚନା ଜାରି ରଖିବା ସମୟରେ ହିଁ ଏଭଳି ବୋମା ବିସ୍ଫୋରଣ ସ୍ଥାନୀୟ ବାସିନ୍ଦାଙ୍କ ନିଦ ହଜାଇଦେଇଛି।

ଆସନ୍ତା ସେପ୍ଟେମ୍ବର ୨୮ରେ ଏଠାରେ ହେବାକୁ ଥିବା ନିର୍ବାଚନ ଭଣ୍ଡୁର କରିବା ପାଇଁ ତାଲିବାନ୍‌ ପୂରା ଦମ୍‌ରେ ଉଦ୍ୟମ କରୁଛନ୍ତି। ତେବେ ଏହି ଉଦ୍ୟମରୁ ଅନ୍ୟତମ ଆଜିର ବିସ୍ଫୋରଣରେ ୧୩ ଜଣଆହତ ହୋଇଥିବା କୁହାଯାଉଛି। ଆହତଙ୍କ ମଧ୍ୟରେ ମୁଖ୍ୟତଃ ଛୋଟ ପିଲା ଥିବା କୁହାଯାଉଛି।

ଆହୁରି ପଢ଼ନ୍ତୁ

କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ରବି କିଶନଙ୍କୁ ମିଳୁଛି କି ହତ୍ୟା ଧମକ ?

ଜେଡିୟୁରେ ମିଶିଲେ ବିହାରର ପୂର୍ବତନ ଡିଜିପି

ଆଜି ଦିନକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଲେ ତା’ଠୁ ଅଧିକ ସୁସ୍ଥ ହେଲେ

ନୀତୀଶଙ୍କ ଦଳରେ ମିଶିବେ ପୂର୍ବତନ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

କରୋନାର ଭୟଙ୍କର ପ୍ରଭାବ ବିଷୟରେ କ’ଣ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ?

‘କୃଷକ ଆତ୍ମନିର୍ଭର ଭାରତର ଆଧାର’

ଭାରତରେ ନାଁ ବଦଳାଇ ଲୋକପ୍ରିୟ ହେଉଛନ୍ତି ଚାଇନିଜ୍ ଆପ୍‌

ଜିଓକୁ ପଛରେ ପକାଇଲା ଏୟାର୍‌ଟେଲ୍‌

ମିରଟରେ ନିର୍ଭୟା ଘଟଣାର ପୁନରାବୃତ୍ତି: ଚଳନ୍ତା ବସ୍‌ରେ ମହିଳାଙ୍କୁ ଗଣଦୁଷ୍କର୍ମ

ଅକ୍ସିଜେନ୍‌ ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିଂଙ୍କ ପରଲୋକ

You might also like