କ୍ଲାସ୍‌ ରୁମ୍‌ରେ ଶିକ୍ଷୟିତ୍ରୀଙ୍କୁ ହତ୍ୟା

ଶିକ୍ଷୟିତ୍ରୀଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ଅଭିଯୁକ୍ତ

ତାମିଲନାଡୁ : କ୍ଲାସ୍‌ ରୁମ୍‌ରେ ଶିକ୍ଷୟିତ୍ରୀଙ୍କୁ ହତ୍ୟା। ତାମିଲନାଡୁରେ କୁଡ୍ଡାଲୋର ଜିଲ୍ଲାରେ ଏଭଳି ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି। ସୂଚନା ଅନୁସାରେ,ଶିକ୍ଷୟିତ୍ରୀ ଜଣଙ୍କ କ୍ଲାସ୍‌ ରୁମ୍‌ରେ ଥିବା ବେଳେ ଅଭିଯୁକ୍ତ ଜଣଙ୍କ ତାଙ୍କ ସହିତ ଯୁକ୍ତିତର୍କ କରି ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ହିଁ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ ହୋଇଥିଲା।

ଶିକ୍ଷୟିତ୍ରୀଙ୍କୁ ବିବାହ କରିବା ପାଇଁ ପୂର୍ବରୁ ଯୁବକ ଜଣଙ୍କ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଏହାକୁ ଯୁବତୀଙ୍କ ପରିବାର ପକ୍ଷରୁ ମନା କରାଯାଇଥିଲା। ତେଣୁ ପ୍ରତିଶୋଧ ପରାୟଣ ହୋଇ ଯୁବକଜଣଙ୍କ ଏଭଳି ଉନ୍ମତ୍ତ କାଣ୍ଡ ଘଟାଇଥିବା ପୁଲିସ୍‌ ସନ୍ଦେହ କରୁଛି।

You might also like