ବିଫଳ ପ୍ରେମିକର ଉନ୍ମତ୍ତ କାଣ୍ଡ : ବାହା ହେବାକୁ ମନା କଲେ ବୋଲି ଯୁବତୀଙ୍କୁ ଟ୍ରେନ୍ ସାମ୍ନାକୁ ଠେଲିଦେଲେ

ମୁମ୍ବାଇ: ବିବାହ କରିବାକୁ ମନା କରିବାରୁ ବିଫଳ ପ୍ରେମିକର ଉନ୍ମତ୍ତ କାଣ୍ଡ। ଏକତରଫା ପ୍ରେମ କରି ହିତାହିତ ହରାଇଲା ପ୍ରେମିକ। ସମସ୍ତଙ୍କ ସାମ୍ନାରେ ପ୍ରେମିକାକୁ ଟ୍ରେନ୍ ଆଗକୁ ଠେଲିଦେଲା। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ମୁମ୍ବାଇର ବାନ୍ଦ୍ରା ରେଳ ଷ୍ଟେସନରେ, ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ତେବେ ସୌଭାଗ୍ୟବଶତଃ ଆକସ୍ମିକ ମୃତ୍ୟୁରୁ ବର୍ତ୍ତି ଯାଇଛନ୍ତି ଯୁବତୀ ଜଣକ। ଅନ୍ୟପଟେ ଏପରି କାଣ୍ଡ ଘଟାଇବା ପରେ ଘଟଣାସ୍ଥଳରୁ ଖସି ପଳାଇଥିଲା ଅଭିଯୁକ୍ତ। ହେଲେ ସିସିଟିଭି ଫୁଟେଜ୍ ଆଧାରରେ ମୁମ୍ବାଇ ରେଳବାଇ ପୋଲିସ ଅଭିଯୁକ୍ତକୁ ୧୨ ଘଣ୍ଟା ମଧ୍ୟରେ ଗିରଫ କରିଛି।

ସିସିଟିଭିରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି,  ଶୁକ୍ରବାର ସନ୍ଧ୍ୟାରେ ଯୁବତୀ ଜଣକ ଅନ୍ଧେରୀ ଷ୍ଟେସନରୁ ଖାର ଷ୍ଟେସନ ପାଇଁ ଟ୍ରେନ୍ ଧରିବା ସମୟରେ ଅଭିଯୁକ୍ତ ଜଣକ ତାଙ୍କର ପିଛା କରିଥିଲା। ସବୁଦିନ ପରି ଅଭିଯୁକ୍ତ ସୁମେଧ ଯାଦବ ଷ୍ଟେସନରେ ଯୁବତୀଙ୍କୁ ଭେଟି ପୁଣି ଥରେ ବିବାହ ପ୍ରସ୍ତାବ ଦେଇଥିଲେ। ହେଲ ପୀଡ଼ିତା ଏଥିରେ ରାଜି ନହେବାରୁ ନିଜକୁ ମାରିବାକୁ ମଧ୍ୟ ଅଭିଯୁକ୍ତି ଧମକଚମକ ଦେଇଥିଲା। କୌଣସି ପ୍ରକାରେ ଯୁବତୀ ଜଣକ ରାଜି ନହେବାରୁ ସବୁ ଦିନ ପାଇଁ ରାସ୍ତାରୁ ହଟାଇ ଦେବାକୁ ଚିନ୍ତା କରିଥିଲା ଅଭିଯୁକ୍ତ। ଆତ୍ମହତ୍ୟା କରିବାର ବାହାନା କରି ଘଟଣାଦିନ ପ୍ରଥମେ  ଚଳନ୍ତା ଟ୍ରେନ ସାମ୍ନାରେ ଦୌଡ଼ିଥିଲା ଏବଂ ପୁଣି କିଛି ଚିନ୍ତା କରି ଯୁବତୀଙ୍କ ନିକଟକୁ ଫେରି ଆସିଥିଲା। ଆଉ ହଠାତ୍ ଯୁବତୀଙ୍କୁ ହଠାତ୍ ଟ୍ରେନ୍ ଆଗକୁ ଧକ୍କା ଦେଇଥିଲା। ଆଗରୁ ଷ୍ଟେସନରେ ଉପସ୍ଥିତ ଯୁବତୀଙ୍କ ମା ଝିଅକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ଟଣାଓଟରା ଭିତରେ ପାଟିତୁଣ୍ଡ ଶୁଣି ସେଠାରେ ଥିବା ଲୋକେ ଯୁବତୀଙ୍କୁ ତୁରନ୍ତ ଉଦ୍ଧାର କରିଥିଲେ। ହେଲେ ଏହି ଦୁର୍ଘଟଣାରେ ଯୁବତୀ ଜଣକ ଗୁରୁତର ଅଛନ୍ତି।

ଅଭିଯୁକ୍ତ ସୁମେଧ ଯାଦବ ମୁମ୍ବାଇର ୱାଡାଲା ଅଞ୍ଚଳର ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି। ପୀଡିତା ଯୁବତୀ ଏବଂ ଅଭିଯୁକ୍ତ ଗତ ୨ ବର୍ଷ ଧରି ପରସ୍ପରକୁ ଜାଣିଥିଲେ। ଉଭୟେ ଭଲ ବନ୍ଧୁ ହୋଇଥିବା ସହ ଗୋଟିଏ ସ୍ଥାନରେ ମଧ୍ୟ କାମ କରୁଥିଲେ। ସବୁଦିନ ଦେଖାଚାହାଁରୁ ଯୁବତୀଙ୍କୁ ମନେ ମନେ ଏକତରଫା ପ୍ରେମ କରୁଥିଲା ଅଭିଯୁକ୍ତ। ଅଫିସରେ କାମ କଲାବେଳେ ଉଭୟ ପରସ୍ପର ସହ କଥାବାର୍ତ୍ତା କରୁଥିଲେ। ହେଲେ ଯୁବକଙ୍କ ଅତ୍ୟଧିକ ମଦ ପିଉଥିବା ପ୍ରକୃତିକୁ ପସନ୍ଦ କରୁନଥିଲେ ଯୁବତୀ ଜଣକ। ଆଉ ସେଥିପାଇଁ ତାଙ୍କ ଠାରୁ କିଛି ଦିନ ହେଲା ଦୂରେଇ ଦୂରେଇ ରହୁଥିଲେ। ଏସବୁ ଜାଣିବା ପରେ ଯୁବକ ଜଣକ ପାଗଳପ୍ରାୟ ବ୍ୟ‍ବହାର କରୁଥିଲେ। ଏ‍ବଂ ବିବାହ ପାଇଁ ଯୁବତୀଙ୍କ ଉପରେ ଚାପ ପକାଉଥିଲେ। ତେବେ ଏନେଇ  ଯୁବତୀ ଜଣକ ପୂର୍ବରୁ ଥାନାରେ ଅଭିଯୋଗ କରିଥିଲେ। ହେଲେ ମୋତେ ଯେତେ ମାଠିବୁ ମାଠ୍ ପରି, କିଛି ଦିନ ଶାନ୍ତ ରହିବା ପରେ ଯୁବକ ପୁଣି ଯୁବତୀଙ୍କ ପଛରେ ପଡିଥିଲା।

ଫେବୃଆରୀ ୧୯ ତାରିଖରେ ଯୁବତୀ ରେଳ ଷ୍ଟେସନରେ ପହଞ୍ଚିବା ପରେ ଅଭିଯୁକ୍ତ ନିଜେ ଚଳନ୍ତା ଟ୍ରେନରୁ ଡେଇଁବା ଭଳି ଅଭିନୟ କରିଥିଲା। ଆଉ ଏହାପରେ ଯୁବତୀଙ୍କୁ ଟ୍ରେନରୁ ଧକ୍କା ଦେବାକୁ ଚେଷ୍ଟା କରିଥିଲା। ତେବେ ଏହି କାଣ୍ଡ ଘଟାଇ ଫେରାର ହୋଇଥିବା ଅଭିଯୁକ୍ତ ଯୁବକକୁ  ୧୨ ଘଣ୍ଟା ଭିତରେ କାବୁ କରିଛି ପୋଲିସ୍।

You might also like