୨୦୧୯ରେ ୨୦୫୦ ଥର ଅସ୍ତ୍ରବିରତୀ ଉଲ୍ଲଙ୍ଘନ କଲାଣି ପାକିସ୍ତାନ; ଗଲାଣି ୨୧ ଜୀବନ

ନୂଆଦିଲ୍ଲୀ: ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରିବାରେ ସବୁ ସୀମା ଟପିଛି ପାକିସ୍ତାନ। ଚଳିତ ବର୍ଷ ପୂରିବାକୁ ଆହୁରି ୩ ମାସ ୧୫ ଦିନ ବାକିଥିବା ବେଳେ ପାକିସ୍ତାନ ଏଯାବତ୍ ୨୦୫୦ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିସାରିଛି। ଯେଉଁଥିରେ ୨୧ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଛି। ଆଜି କେନ୍ଦ୍ର ସରକାର ଏହି ସୂଚନା ଦେଇଛନ୍ତି। ପାକିସ୍ତାନ ବାରମ୍ୱାର ଅସ୍ତ୍ରବିରତି ଉଲ୍ଲଂଘନ କରି ୨୦୦୩ରେ ବାଜପେୟୀ ସରକାରଙ୍କ ସମୟରେ ହୋଇଥିବା ଚୁକ୍ତିର ଉଲ୍ଲଂଘନ କରିଛି।

ଜାତିସଂଘ ପରିଷଦରେ ପାକିସ୍ତାନ ଜମ୍ମୁ କାଶ୍ମୀରରେ ମାନବାଧିକାର ଉଲ୍ଲଂଘନ ହୋଇଛି ବୋଲି ଦାବି କରୁଥିବାବେଳେ ଭାରତ ସରକାର ଏବେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନର ଚିଠା ସାର୍ବଜନୀନ କରିଛନ୍ତି। କେନ୍ଦ୍ର ସରକାରଙ୍କ ମୁଖପାତ୍ର ପ୍ରତିକ୍ରିୟାରେ କହିଛନ୍ତି ପାକିସ୍ତାନକୁ ଅନେକ ଥର ଫୋନ୍ କରି ୨୦୦୩ ମସିହା ଚୁକ୍ତି ବାବଦରେ ଅବଗତ କରାଇଛୁ। ହେଲେ ପାକିସ୍ତାନ ଏ ବାବଦରେ କର୍ଣ୍ଣପାତ କରୁନାହିଁ। ପାକିସ୍ତାନର ପ୍ରତ୍ୟେକ ଅସ୍ତ୍ରବିରତି ଉଲ୍ଲଂଘନ ଏବଂ ଅନୁପ୍ରବେଶ ପ୍ରୟାସର କଡ଼ା ଜବାବ ଭାରତୀୟ ସେନା ଦେଉଛନ୍ତି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଗତ ସପ୍ତାହରେ ପାକିସ୍ତାନ ଜମ୍ମୁ କଶ୍ମୀର ପ୍ରସଙ୍ଗରେ ଭାରତ ବିରୋଧରେ ଅନ୍ତଃରାଷ୍ଟ୍ରୀୟ ମଞ୍ଚରେ ନିଜର ସ୍ୱର ଉତ୍ତୋଳନ କରିଥିଲା। ଏହା ସହିତ ଜାତିସଂଘର ମାନବାଧିକର ପରିଷଦରେ ଭାରତ ବିରୋଧରେ ମାନବାଧିକାର ଉଲ୍ଲଂଘନ ଅଭିଯୋଗ ଆଣିଥିଲା। ଯାହାର ଜବାବରେ ଭାରତ କହିଥିଲା ପାକିସ୍ତାନ ଜମ୍ମୁ କଶ୍ମୀର ପ୍ରସଙ୍ଗରେ ଯେଉଁ ଅଭିଯୋଗ ଆଣୁଛି ତାହା ଅମୂଳକ।

ମୁଖ୍ୟତଃ ଫେବୃଆରୀ ୧୪ରେ ଜମ୍ମୁ କଶ୍ମୀରର ପୁଲଓ୍ୱାମା ଜିଲ୍ଲାରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏହାପରେ ପାକିସ୍ତାନର ବାଲାକୋଟରେ ଭାରତ ଫେବୃଆରୀ ୨୮ରେ ଏୟାର ଷ୍ଟ୍ରାଇକ୍ କରିଥିଲା। ଏହାପରେ ପାକିସ୍ତାନ ପଟୁ ଅସ୍ତ୍ରବିରତି ଉଲ୍ଲଂଘନ ବଢ଼ିଥିବା ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ

କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ରବି କିଶନଙ୍କୁ ମିଳୁଛି କି ହତ୍ୟା ଧମକ ?

ଜେଡିୟୁରେ ମିଶିଲେ ବିହାରର ପୂର୍ବତନ ଡିଜିପି

ଆଜି ଦିନକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଲେ ତା’ଠୁ ଅଧିକ ସୁସ୍ଥ ହେଲେ

ନୀତୀଶଙ୍କ ଦଳରେ ମିଶିବେ ପୂର୍ବତନ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

କରୋନାର ଭୟଙ୍କର ପ୍ରଭାବ ବିଷୟରେ କ’ଣ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ?

‘କୃଷକ ଆତ୍ମନିର୍ଭର ଭାରତର ଆଧାର’

ଭାରତରେ ନାଁ ବଦଳାଇ ଲୋକପ୍ରିୟ ହେଉଛନ୍ତି ଚାଇନିଜ୍ ଆପ୍‌

ଜିଓକୁ ପଛରେ ପକାଇଲା ଏୟାର୍‌ଟେଲ୍‌

ମିରଟରେ ନିର୍ଭୟା ଘଟଣାର ପୁନରାବୃତ୍ତି: ଚଳନ୍ତା ବସ୍‌ରେ ମହିଳାଙ୍କୁ ଗଣଦୁଷ୍କର୍ମ

ଅକ୍ସିଜେନ୍‌ ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିଂଙ୍କ ପରଲୋକ

You might also like