କରୋନା ଗାଇଡ୍‌ ଲାଇନ୍ ଜାରି: ଏହିସବୁ ଜିନିଷ ଖୋଲା ରହିବ

ନୂଆଦିଲ୍ଲୀ: ସାରା ଦେଶରେ ଲକ୍‌ଡାଉନ୍ ଘୋଷଣା ପରେ ଜରୁରୀ ସେବା ପାଇବାକୁ ଗାଇଡଲାଇନ୍ ଜାରି ହୋଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ଏହି ଗାଇଡ୍ଲାଇନ୍ ଜାରି କରିଛି।

ଏଥିରେ କେନ୍ଦ୍ର ସରକାରଙ୍କ ପ୍ରତିରକ୍ଷା ପ୍ରତିଷ୍ଠାନ, କେନ୍ଦ୍ର ସଶସ୍ତ୍ର ପୋଲିସ ବାହିନୀ କାର୍ଯ୍ୟାଳୟ, ପୁଲିସ, ହୋମଗାର୍ଡ, ବେସାମରିକ ସୁରକ୍ଷା, ଅଗ୍ନିଶମ ଓ ଜରୁରୀ ସେବା କାର୍ଯ୍ୟାଳୟ ଖୋଲା ରହିବ। କୋଷାଗାର, ବିପର୍ଯ୍ୟୟ ପରିଚାଳନା, ଜାତୀୟ ସୂଚନା କେନ୍ଦ୍ର, ଆଗୁଆ ସୂଚନା ଏଜେନ୍ସି, ବିଦ୍ୟୁତ ଉତ୍ପାଦନ ଓ ବିତରଣ ୟୁନିଟ, ପାନୀୟ ଜଳ ଓ ପରିମଳ ବ୍ୟବସ୍ଥା ଖୋଲା ରହିବ।

ସେହିପରି ପୋଷ୍ଟ ଅଫିସ, ବ୍ୟାଙ୍କ, ଏଟିଏମ୍, ଇନ୍ସୁରାନ୍ସ, ପେଟ୍ରୋଲ ପମ୍ପ, ଗ୍ୟାସ୍ ସେବା ଓ ଗୋଦାମ ଖୋଲା ରହିବ  ହସ୍ପିଟାଲ, ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ତ ପ୍ରତିଷ୍ଠାନ, ଗ୍ରୋସରୀ, ଖାଦ୍ୟ, ଫଳ, ଏବଂ ପରିବା ଦୋକାନ ଖୋଲା ରହିବ।

କ୍ଷୀର ବୁଥ, ମାଂସ, ମାଛ ଦୋକାନ ଖୋଲା ରହିବ। ପ୍ରିଣ୍ଟ, ଇଲେକ୍ଟ୍ରୋନିକ୍ ମିଡିଆ, ଟେଲିଯୋଗାଯୋଗ, ଇଣ୍ଟରନେଟ୍ ସେବା, ପ୍ରସାରଣ କେବୁଲ ସେବା ଜାରି ରହିବ।

ଇ-କମର୍ସ ଜରିଆରେ ସମସ୍ତ ଖାଦ୍ୟ, ଔଷଧ, ମେଡିକାଲ ସାମଗ୍ରୀର ହୋମ ଡେଲିଭେରି, ଘରୋଇ ଓ ସୁରକ୍ଷା ସେବା ଜାରି ରହିବ।

ଅନ୍ତିମ ସଂସ୍କାର ବେଳେ ସର୍ବାଧିକ ୨୦ ଜଣଙ୍କୁ ଏକାଠି ହେବା ପାଇଁ ମଧ୍ୟ ଅନୁମତି ମିଳିବ ବୋଲି କେନ୍ଦ୍ର ଗୃହମନ୍ତାଳୟ ପକ୍ଷରୁ ଗାଇଡଲାଇନ୍ ଜାରି ହୋଇଛି।

You might also like