ଦେଢ଼ ମାସ ଭିତରେ ଘୋଷଣା ହୋଇପାରେ ଲୋକସଭା ନିର୍ବାଚନ ତାରିଖ

ନୂଆଦିଲ୍ଲୀ : ଦେଢ଼ ମାସ ଭିତରେ ଘୋଷଣା ହୋଇପାରେ ଲୋକସଭା ସହ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ। ଏନେଇ କେନ୍ଦ୍ରୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜୋରସୋର୍‌ରେ ପ୍ରସ୍ତୁତି ଚାଲିଥିବା ସୂଚନା ମିଳିଛି।

ସିକିମ୍, ଆନ୍ଧ୍ର ପ୍ରଦେଶ, ଅରୁଣାଚଳ ପ୍ରଦେଶ ଓ ଓଡ଼ିଶାରେ ଲୋକସଭା ସହ ଏକାଠି ନିର୍ବାଚନ ହୋଇ ଆସୁଛି। ଆଉ ଏଥର ଏହି ତାଲିକାରେ ଯୋଡ଼ି ହେବ ଜମ୍ମୁ ଓ କାଶ୍ମୀର।

କାରଣ ଜମ୍ମୁ ଓ କାଶ୍ମୀରରେ ଏବେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି। ଆସନ୍ତା ମାର୍ଚ୍ଚ ପ୍ରଥମ ସପ୍ତାହରେ ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି ମୁଖ୍ୟ ନିର୍ବାଚନ କମିଶନ। ଏମିତିକି ୬ରୁ ୭ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବା ସମ୍ଭାବନା ରହିଛି। ଆସନ୍ତା ଜୁନ୍ ୩ ତାରିଖରେ ଶେଷ ହେବ ଲୋକସଭାର କାର୍ଯ୍ୟକାଳ।

You might also like