କାଲି ପ୍ରଥମ ପର୍ଯ୍ୟାୟ ଭୋଟ୍: ୨୦ ରାଜ୍ୟର ୯୧ ଲୋକସଭା ଆସନରେ ହେବ ଭୋଟ୍

ନୂଆଦିଲ୍ଲୀ: ପ୍ରଥମ ପର୍ଯ୍ୟାୟରେ ଓଡ଼ିଶା ସମେତ ୨୦ଟି ରାଜ୍ୟର ୯୧ଟି ଲୋକସଭା ଆସନରେ ଭୋଟ ଗ୍ରହଣ ହେବ। ଆନ୍ଧ୍ର ପ୍ରଦେଶର ୨୫ ଲୋକସଭା ଆସନ ଓ ୧୭୫ ବିଧାନସଭା ଆସନରେ ମତଦାନ ହେବ।

ଆନ୍ଧ୍ର ପ୍ରଦେଶର ୨୫ଟି ଲୋକସଭା ଆସନ ପାଇଁ ମୋଟ୍ ୩୧୯ ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି। ଏଥର ମୁଖ୍ୟତଃ ତେଲୁଗୁ ଦେଶମ ପାର୍ଟି, ଓ୍ୱାଇଏସ୍ଆର କଂଗ୍ରେସ, କଂଗ୍ରେସ ଓ ବିଜେପି ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ରାଜ୍ୟରେ କ୍ଷମତାସୀନ ଚନ୍ଦ୍ରବାବୁ ନାଇଡୁଙ୍କୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ୍ୱାଇଏସ୍ ରାଜଶେଖର ରେଡ୍ଡିଙ୍କ ପୁଅ ତଥା ଓ୍ୱାଇଏସ୍ଆର କଂଗ୍ରେସ ମୁଖ୍ୟ ଜଗନମୋହନ ରେଡ୍ଡି କଡ଼ା ଟକ୍କାର ଦେଉଛନ୍ତି।

ଆନ୍ଧ୍ର ସହିତ ପ୍ରଥମ ପର୍ଯ୍ୟାୟରେ ତେଲେଙ୍ଗାନାର ୧୭, ଉତ୍ତର ପ୍ରଦେଶର ୮, ମହାରାଷ୍ଟ୍ରର ୭, ବିହାର, ଆସାମ ଓ ଉତ୍ତରାଖଣ୍ଡର ୫ଟି ଲେଖାଏ ଆସନ ରହିଛି।  ଭୋଟିଂ ସମୟ ସକାଳ ୭ରୁ ସା ୬ଟା ପର୍ଯ୍ୟନ୍ତ ରହିଛି।

ମାଓ ପ୍ରଭାବିତ ଅଂଚଳ ଓ ଉତ୍ତର ପୂର୍ବ ରାଜ୍ୟର ବିଭିନ୍ନ ସ୍ଥାନରେ ଭୋଟିଂ ସମୟ ସକାଳ ୭ଟାରୁ ୩ଟା, ୭ଟାରୁ ୪ଟା ଓ ୭ଟାରୁ ୫ଟା ପର୍ଯ୍ୟନ୍ତ ରହିଛି।

You might also like