୨୦ ଦିନର ଶିଶୁକୁ କରୋନା

ଥାନେ: ୨୦ ଦିନର ଶିଶୁକୁ କରୋନା ରୋଗ। ଗୁରୁବାର ମହାରାଷ୍ଟ୍ରର ଥାନେ ଜିଲ୍ଲା କଲ୍ୟାଣ ଟାଉନ୍‌ରେ ଜଣେ ୨୦ ଦିନର ଶିଶୁଠାରେ ମାରାତ୍ମକା କରୋନା ଭୂତାଣୁ ଚିହ୍ନଟ କରାଯାଇଛି। ଏହି କୁନି ଶିଶୁ ସହିତ ଆଉ ୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କୁ ମିଶାଇ ଉକ୍ତ ଅଞ୍ଚଳରେ ୧୬୨ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ୩ ଜଣଙ୍କର ମୃତ୍ୟୁ ହୋଇଥିବା କଲ୍ୟାଣ ଡୋମ୍ବିବ୍ଲି ମ୍ୟୁନିସିପାଲ୍‌ କୋରପୋରେସନ୍‌ ଅଞ୍ଚଳର ମେଡିକାଲ୍‌ ଅଫିସର୍‌ ଡ.ରାଜୁ ଲୱାଙ୍ଗରେ କହିଛନ୍ତି।

ପୂର୍ବରୁ ଶିଶୁଟିର ମା ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ। ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଛି ବୋଲି ସେ  ରାଜୁ ସୂଚନା ଦେଇଥିଲେ।

ତେବେ ଶିଶୁଟି ସହିତ ଉକ୍ତ ଅଞ୍ଚଳରେ ଚିହ୍ନଟ ହୋଇଥିବା ୬ କୋରନା ଆକ୍ରାନ୍ତଙ୍କ ମଧ୍ୟରେ ଭାସୀ ମାର୍କେଟ୍‌ର ଏପିଇଏମ୍‌ସିରେ କାର୍ଯ୍ୟ କରୁଥିବା ଦୁଇ ଜଣ ଶ୍ରମିକ ଅଛନ୍ତି। ଏଥିସହିତ ଜଣେ ସ୍ୱାସ୍ଥ୍ୟକର୍ମୀ ଏବଂ ମୁମ୍ବାଇରେର ଏକ ଘରୋଇ ହସ୍‌ପିଟାଲ୍‌ର କାର୍ଯ୍ୟ କରୁଥିବା ଜଣେ କର୍ମଚାରୀଙ୍କ ଠାରେ କୋରନା ଭୂତାଣୁ ଚିହ୍ନଟ କରାଯାଇଛି।

ତେବେ ଏକାକୀ ମହାରାଷ୍ଟ୍ରରେ ୯ ହଜାରରୁ ଅଧିକ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୪୩୨ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି।

You might also like