ଶେଷରେ ଜୀବନ ସଂଗ୍ରାମରେ ହାରିଗଲା ସୁଜିତ୍

ତିରୁଚିନାପଲ୍ଲୀ: ଶେଷରେ ଜୀବନ ସଂଗ୍ରାମରେ ହାରିଗଲା ସୁଜିତ୍। ତିରୁଚିନାପଲ୍ଲୀରେ ବୋର୍ ୱେଲ୍‌ରେ ଖସି ପଡ଼ିଥିବା ସୁଜିତ୍‌କୁ ମଧ୍ୟରାତ୍ରୀରେ ଉଦ୍ଧାର କରିଛି ରେସ୍କ୍ୟୁ ଟିମ୍। ପ୍ରାଣମୂର୍ଚ୍ଛା ଉଦ୍ୟମ ପରେ ବି ସୁଜିତକୁ ସୁରକ୍ଷିତ ଉଦ୍ଧାର କରାଯାଇପାରିନି। ଗତ ୮୦ ଘଣ୍ଟା ଧରି ଅଞ୍ଚଳରେ ଅପରେସନ୍ ଜାରି ରହିଥିଲା। ପ୍ରାୟ ୩୦ ଫୁଟ୍ ତଳେ ଥିବା ସୁଜିତକୁ ଉଦ୍ଧାର ପାଇଁ ନିକଟରେ ଅନ୍ୟ ଏକ ଗାତ ଖୋଳାଯାଇଥିଲା। ତେବେ ବଡ଼ ପଥର ଆଚ୍ଛାଦିତ ଅଞ୍ଚଳ ହୋଇଥିବାରୁ ଏଥିରେ ବାଧା ଉପୁଜୁଥିଲା।

Image result for sujit dead tiruchirappalli

ପଥର ବ୍ଲାଷ୍ଟ କରିବା ଦ୍ୱାରା ମୁଖ୍ୟ ଗାତ ପୋତି ହେବା ଆଶଙ୍କାରେ ଏପରି କରାଯାଇନଥିଲା। ଗତକାଲି ରାତିରେ ଅପରେସନ୍ ବେଳେ ସୁଜିତ୍ ଫସିଥିବା ଗାତରୁ ଦୁର୍ଗନ୍ଧ ବାହାରୁଥିବା ଅନୁମାନ କରାଯାଇଥିଲା। ଏହାପରେ ସୁଜିତ୍‌କୁ ଉଦ୍ଧାର କରିବା ବେଳେ ସେ ବହୁ ଘଣ୍ଟା ପୂର୍ବରୁ ପ୍ରାଣ ହରାଇଥିବା ଜଣାପଡ଼ିଛି। ଗତ ୨୭ ତାରିଖ ଦିନ ସୁଜିତ୍ ଘର ପାଖରେ ଖେଳୁଥିବା ବେଳେ ନିକଟରେ ଥିବା ବୋର୍ୱେଲ୍ ଗାତକୁ ଖସିପଡ଼ିଥିଲା।

 

You might also like