ସବରିମାଳା ମନ୍ଦିରରେ ଭାଙ୍ଗିଲା ଶହ ଶହ ବର୍ଷର ପୁରୁଣା ପରମ୍ପରା

ମନ୍ଦିରରେ ପ୍ରବେଶ କଲେ ୨ ଜଣ ମହିଳା

ଥିରୁଅନନ୍ତପୁରମ୍ : କେରଳ ସବରିମାଳା ମନ୍ଦିରରେ ଭାଙ୍ଗିଲା ଶହ ଶହ ବର୍ଷର ପୁରୁଣା ପରମ୍ପରା। ମନ୍ଦିରରେ ପ୍ରବେଶ କଲେ ୨ ଜଣ ମହିଳା।

ଆଜି ବଡ଼ି ଭୋରରୁ ବିନ୍ଦୁ ଓ କନକଦୁର୍ଗା ନାମକ ୫୦ରୁ କମ୍ ବୟସର ୨ ଜଣ ମହିଳା ମନ୍ଦିରରେ ପ୍ରବେଶ କରିଥିଲେ। ଆଉ ଭୋର ୩ଟା ୪୫ ମିନିଟ୍‌ରେ ପୂଜାର୍ଚ୍ଚନା ମଧ୍ୟ କରିଥିଲେ। ସେମାନଙ୍କ ସହିତ କିଛି ସାଧା ପୋଷାକଧାରୀ ପୁଲିସ୍‌ ଓ ଖାକିରେ ଥିବା ପୁଲିସ୍‌ ମଧ୍ୟ ଥିଲେ।

ଗତ ସପ୍ତାହରେ ଦୁଇ ମହିଳା ମନ୍ଦିରରେ ପ୍ରବେଶ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ସବରିମାଳାରେ ମହିଳାଙ୍କ ପ୍ରବେଶ ନେଇ ବର୍ଷ ବର୍ଷ ଧରି କଟକଣା ରହିଛି। ତେବେ ସବୁ ବୟସ ଓ ସବୁ ବର୍ଗର ମହିଳା ସବରିମାଳା ମନ୍ଦିରକୁ ପ୍ରବେଶ କରିପାରିବେ ବୋଲି କିଛି ମାସ ତଳେ ସୁପ୍ରିମକୋର୍ଟ ରାୟ ଦେଇଥିଲେ।ଏହାପରେ ବି ଆନ୍ଦୋଳନକାରୀ ମହିଳାଙ୍କୁ ପ୍ରବେଶ କରାଇ ଦେଉନଥିଲେ। କିନ୍ତୁ ଏହି ଦୁଇ ମହିଳା ମନ୍ଦିରରେ ପ୍ରବେଶ କରି ଇତିହାସ ରଚିଛନ୍ତି।

You might also like