ଜମ୍ମୁ-କାଶ୍ମୀରରେ ପୁଣି ଏନକାଉଣ୍ଟର, ୨ ଆତଙ୍କୀ ନିପାତ

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ପୁଣି ୨ ଆତଙ୍କୀଙ୍କ ମୃତ୍ୟୁ ଘଟିଛି। ବଡ଼ଗାମର ଆରିବାଗ ମାଚାମା ଅଞ୍ଚଳରେ ଏହି ଏନ୍‌କାଉଣ୍ଟର କରିଛନ୍ତି ସୁରକ୍ଷାକର୍ମୀ ।

ଏହି ଅଞ୍ଚଳରେ କିଛି ଆତଙ୍କୀ ଲୁଚି ରହିଥିବା ଖବର ପାଇ ସର୍ଚ୍ଚ ଅପରେସନ ଚାଲିଥଲା।  ମୃତ ଆତଙ୍କୀର ପରିଚୟ ଅସ୍ପଷ୍ଟ ରହିଛି ।ତେବେ ଉକ୍ତ ଅଞ୍ଚଳରେ ଆହୁରି କିଛି ଆତଙ୍କୀ ଲୁଚି ରହିଥିବା ସନ୍ଦେହରେ ସର୍ଚ୍ଚ ଅପରେସନ ଜାରି ରଖିଛି ସେନା।

ସୂଚନାଥାଉ କି, ଗତକାଲି ଜାମ୍ମୁ କାଶ୍ମୀର ପୋଲିସ ପକ୍ଷରୁ ଅଓ୍ୱନ୍ତିପୋରାରେ ହୋଇଥିବା ଏନକାଉଣ୍ଟରରେ ଜଣେ ଆତଙ୍କୀ ନିହତ ହୋଇଥିଲା। ଅନ୍ୟ ଜଣେ ଆତଙ୍କୀ ସୁରକ୍ଷାକର୍ମୀଙ୍କ ନିକଟରେ ଆତ୍ମସମର୍ପଣ କରିଥିଲା।

ଆତ୍ମସମର୍ପଣ କରିଥିବା ଆତଙ୍କବାଦୀ ଜଣକ ହିଜବୁଲ ମୁଜାହିଦନ ସଂଗଠନର ଜଣେ ସକ୍ରିୟ ସଦସ୍ୟ ସାକିବ୍ ଅକବର ଓ୍ୱାଜା ବୋଲି ଜଣାପଡ଼ିଛି।   କିଛି ଦିନ ତଳେ ସେ ହିଜବୁଲରେ ସାମିଲ ହୋଇ ଟ୍ରେନିଂ ନେଇଛି । ସଂପୃକ୍ତ ଆତଙ୍କବାଦୀ ନିକଟରୁ ଏକ ଏକେ-୪୭ ରାଇଫଲ ଜବତ କରାଯାଇଥିଲା ।

You might also like