ସେନା ଗୁଳିରେ ୨ ଆତଙ୍କୀ ନିପାତ

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ସେନାକୁ ମିଳିଛି ସଫଳତା। ଯବାନଙ୍କ ଗୁଳିରେ ୨ ଆତଙ୍କୀ ନିପାତ ହୋଇଛନ୍ତି।

ଗତକାଲି ରାତିରୁ ସୋପିଆନ୍ ଜିଲ୍ଲା ଡାଇରୋ  ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା। ଡାଇରୋ ଗାଁରେ ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିବା ପରେ ସିଆରପିଏଫ୍, ୪୪ ରାଷ୍ଟ୍ରୀୟ ରାଇଫଲ୍ ସହ ରାଜ୍ୟ ପୋଲିସ୍ ପକ୍ଷରୁ ମିଳିତ ଅପରେସନ୍ କରାଯାଇଥିଲା।

ତେବେ ଆଜି ଭୋରରୁ ସେନା ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ସୁରକ୍ଷାକର୍ମୀଙ୍କ ଉପରେ ଗୁଳି ମାଡ଼ କରି ଘଟଣାସ୍ଥଳରୁ ଫେରାର ହେବାକୁ ଚେଷ୍ଟା କରିବା ବେଳେ ଏହି ଏନକାଉଣ୍ଟର ହୋଇଛି। ଯେଉଁଥିରେ ଦୁଇ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ପୁରା ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି ଯବାନ।

You might also like