ମନ୍ଦିର ଭିତରେ ଦୁଇ ସାଧୁଙ୍କୁ ହତ୍ୟା

ବୁଲନ୍ଦଶହର:  ଉତ୍ତର ପ୍ରଦେଶର ବୁଲନ୍ଦଶହର ଜିଲ୍ଲାରେ ସୋମବାର ମଧ୍ୟ ରାତ୍ରିରେ ଦୁଇ ଜଣ ସାଧୁଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ସ୍ଥାନୀୟ ଏକ ମନ୍ଦିରରୁ ଦୁଇ ସାଧୁଙ୍କ ମୃତଦେହ ଉଦ୍ଧାର କରାଯାଇଛି।

୫୫ ଓ ୩୫ ବର୍ଷୀୟ ଏହି ୨ ସାଧୁଙ୍କୁ ରାଜୁ ନାମକ ଜଣେ ବ୍ୟକ୍ତି କରିଥିବା ପୋଲିସ କହିଛି। ପୋଲିସ ତାକୁ ଗିରଫ କରିଛି।

ପୋଲିସ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ରାଜୁ ଗତ ରାତିରେ ଭାଙ୍ଗ ପାଇଁ ମନ୍ଦିର ଭିତରକୁ ଯାଇ ୨ ଜଣ ସାଧୁଙ୍କୁ ହତ୍ୟା କରିଥିଲା। ମନ୍ଦିରଠାରୁ ପ୍ରାୟ ୨ କିମି  ଦୂର ଏକ ଜାଗାରୁ ପୋଲିସ ତାକୁ ଧରିଥିଲା।

ଅନ୍ୟପକ୍ଷେ ଅଭିଯୁକ୍ତ ହତ୍ୟା ଘଟଣାକୁ ନେଇ ଅଜବ ଯୁକ୍ତି କରିଛି।  ଏହା ଭଗବାନଙ୍କର ଇଚ୍ଛା ଥିଲା ବୋଲି ଅଭିଯୁକ୍ତଜଣକ କହିଥିବା ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି। କୌଣସି ମାରଣାସ୍ତ୍ର ନୁହେଁ, ବରଂ ଲାଠିରେ ସେ ସାଧୁଙ୍କୁ ହତ୍ୟା କରିଛି ବୋଲି ଅଭିଯୁକ୍ତ କହିଛି।

ସେପଟେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏନେଇ ଜିଲ୍ଲାର ବରିଷ୍ଠ ଅଧିକାରୀମାନଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ ଏବଂ ଅଭିଯୁକ୍ତଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଯେ, ମୃତ ସାଧୁ ଦୁଇଜଣ ସ୍ଥାନୀୟ ଶିବ ମନ୍ଦିରରେ ପୂଜା କରୁଥିଲେ ଏବଂ ମନ୍ଦିର ପ୍ରାଙ୍ଗଣରେ ହିଁ ରହୁଥିଲେ। ପୋଲିସର ତଥ୍ୟ ଅନୁଯାୟୀ, ସେମାନଙ୍କୁ କୌଣସି ଧାରୁଆ ହତିଆରରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି।

ପ୍ରକାଶ ଥାଉ କି, କିଛି ଦିନ ପୂର୍ବେ ମହାରାଷ୍ଟ୍ରର ପାଲଘରରେ ଦୁଇ ସାଧୁ ଏବଂ ତାଙ୍କର ଡ୍ରାଇଭରଙ୍କୁ ପିଟି ପିଟି ହତ୍ୟା କରାଯାଇଥିଲା। ଘଟଣା ସମୟରେ ପୋଲିସ ଉପସ୍ଥିତ ଥିଲେ ସୁଦ୍ଧା ୩ ଜଣଙ୍କ ଜୀବନ ବଞ୍ଚାଇପାରି ନ ଥିଲା।

ଆହୁରି ପଢ଼ନ୍ତୁ

ଲଦାଖରେ ବଡ଼ ଧରଣର ଭୂକମ୍ପ

୧୬ ବର୍ଷର ଝିଅ ଆକାଉଣ୍ଟରେ ୧୦ କୋଟି ଟଙ୍କା !

ସାଧାରଣ ଲୋକଙ୍କୁ ଦିଆଗଲା ଋଷ ଭାକ୍ସିନ୍‌ ‘ସ୍ପୁଟନିକ ଭି’

ଏନ୍‌କାଉଣ୍ଟରରେ ଦୁଇ ଲସ୍କର ଆତଙ୍କୀ ନିହତ

Bihar Election 2020 Date:୩ଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ, ଭୋଟ୍‌ ଗ୍ରହଣ ସମୟ ସୀମା ୧ ଘଣ୍ଟା ବୃଦ୍ଧି

ଅକ୍ଟୋବରରେ ହେବ ଭାରତ ପ୍ରସ୍ତୁତ ’କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ଦକ୍ଷିଣ କୋରିଆ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିବା ପରେ ଜାଳିଦେଲେ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ଭାରତରେ Harley-Davidsonର ପ୍ରଡକ୍ଟ ଓ ସେଲ୍ ବନ୍ଦ

ଗଲୱାନ ସଂଘର୍ଷରେ କେତେ ସୈନିକଙ୍କୁ ହରାଇଛି, ହିସାବ ଦେଲା ଚୀନ

୧୨ ବର୍ଷର ନାବାଳକଙ୍କ ସମେତ ୩ ଜଣଙ୍କ ଉପରେ ଚଢ଼ିଗଲା ବସ୍‌

କୃଷି ବିଲ୍‌ ବିରୋଧରେ ଚାଷୀଙ୍କ ‘ଭାରତ ବନ୍ଦ’ ଡାକରା ଆଜି

You might also like