ତେଲେଙ୍ଗାନାରେ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ଙ୍କ ମୃତ୍ୟୁ
ହାଇଦ୍ରାବାଦ: ତେଲେଙ୍ଗାନାରେ ଏକ ଟ୍ରେନର୍(ପ୍ରଶିକ୍ଷଣ) ବିମାନ ଆଜି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୨ ଜଣ ପାଇଲଟଙ୍କ ମୃତ୍ୟୁ ଘଟିଛି। ମୃତ ୨ ପାଇଲଟଙ୍କ ମଧ୍ୟରୁ ଜଣଙ୍କ ନାମ ପ୍ରକାଶ ବିଶାଲ ବୋଲି ଜଣାପଡ଼ି ଥିବାବେଳେ ଅନ୍ୟ ଜଣେ ମହିଳା ପାଇଲଟ ରହିଛନ୍ତି। ତେଲେଙ୍ଗାନାର ବିକାରାବାଦ ଜିଲ୍ଲାର ସୁଲତାନପୁରରେ ଏହି ଅଘଟଣ ଘଟିଥିଲା।
ଦୁର୍ଘଟଣାଗ୍ରସ୍ତ ବିମାନଟି ଏକ ପ୍ରଶିକ୍ଷଣ ବିମାନ ଥିଲା ବୋଲି ଜଣାପଡ଼ିଛି। ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ତଳେ ଖସି ପଡ଼ିବା ପରେ ସ୍ଥାନୀୟ ଲୋକମାନେ ଆସି ପାଇଲଟ୍ଙ୍କୁ ଉଦ୍ଧାର କରିଥିଲେ। ଦୁର୍ଘଟଣାର କାରଣ ଏଯାବତ୍ ଜଣାପଡ଼ିନାହିଁ।
ବିଶାଲ ବିମାନ ଉଡ଼ାଇବା ପାଇଁ ପ୍ରଶିକ୍ଷଣ ନେଉଥିଲେ ବୋଲି ଜଣାପଡ଼ିଛି।