ମହାମାରୀ କରୋନା କବଳରେ ବିଲେଇ

ୱାଶିଂଟନ୍: ମହାମାରୀ କରୋନା ଭାଇରସ ଏବେ ପଶୁପକ୍ଷୀଙ୍କୁ ଆକ୍ରାନ୍ତ କରିବା ଆରମ୍ଭ କରିଛି। ପୂର୍ବରୁ କୁକୁର ଓ ବାଘ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ଖବର ସାମ୍ନାକୁ ଆସିଥିବାବେଳେ ଏବେ ପ୍ରଥମଥର ପାଇଁ ଦୁଇଟି ପୋଷା ବିଲେଇ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି।

ବିଲେଇ ଦ୍ୱୟ ଶରୀରରେ କରୋନା ଭୂତାଣୁ ଥିବା ଜଣାପଡ଼ିଛି। କରୋନାରେ ଆକ୍ରାନ୍ତ ହେବା ପରେ ବିଲେଇ ଦ୍ୱୟ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି। ହେଲେ ମଣିଷ ତୁଳନାରେ ସେମାନଙ୍କ ଶରୀରରେ କରୋନା ଦ୍ରୁତ ଗତିରେ ବଢ଼ି ପାରୁନାହିଁ। ତେଣୁ କରୋନାରେ ଆକ୍ରାନ୍ତ ହୋଇଥିବା ବିଲେଇ ଦ୍ୱୟ ସୁସ୍ଥ ହୋଇଯିବେ ବୋଲି ପଶୁ ଚିକିତ୍ସିକମାନେ କହିଛନ୍ତି।

ପଶୁପକ୍ଷୀମାନେ ଆଦୌ କରୋନା ସଂକ୍ରମଣକୁ ବୃଦ୍ଧି କରିପାରନ୍ତି ନାହିଁ। କରୋନା ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ହୁଏ। ହେଲେ ପଶୁପକ୍ଷୀମାନେ କରୋନାର ବାହକ ନୁହନ୍ତି।

You might also like