ଶରୀରର ଏମିତି ସ୍ଥାନରେ ଲୁଚାଇ ନେଉଥିଲେ ସୁନା, ଧରାପଡ଼ିଗଲେ

ଚେନ୍ନାଇ: ଯେମିତି କାହା ହାତରେ ଧରାନପଡ଼ନ୍ତି, ଚାଲାକି କରି ୨ଜଣ ଯାତ୍ରୀ ଶରୀରର ମଳଦ୍ୱାରରେ ସୁନା ଲୁଚାଇଥିଲେ। ହେଲେ ସେମାନଙ୍କର ଏହି ପ୍ଲାନ୍‌ ଫେଲ୍‌ ମାରିଥିଲା ଓ ଶେଷରେ ଧରାପଡ଼ି ଯାଇଥିଲେ।

ବୁଧବାର ଚେନ୍ନାଇ ଏୟାରପୋର୍ଟରୁ ଏହି ୨ ଯାତ୍ରୀଙ୍କୁ କଷ୍ଟମ ବିଭାଗର ଅଧିକାରୀମାନେ ଧରିଛନ୍ତି। ସେମାନଙ୍କ ନିକଟରୁ କିଛି ଜିନିଷ ସମେତ ୧.୪୨ କି.ଗ୍ରାର ସୁନା ଜବତ ହୋଇଛି। ଯାହାର ମୂଲ୍ୟ ପାଖାପାଖି ୮୫ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି।

ଚେନ୍ନାଇ ଏୟାରପୋର୍ଟ କଷ୍ଟମସ୍‌ଙ୍କ ସୂଚନା ଅନୁସାରେ, ଜବତ ହୋଇଥିବା ଜିନିଷ ମଧ୍ୟରୁ ୧.୪୨ କିଲୋର ସୁନା ରହିଛି। ଯାହାର ମୂଲ୍ୟ ୭୨.୬ ଲକ୍ଷ ଟଙ୍କା। ସେମାନେ ଏହି ସୁନାକୁ ଶରୀରର ମଳଦ୍ୱାରରେ ଲୁଚାଇ ରଖିଥିଲେ। ତେବେ ଜବତ ହୋଇଥିବା ଅନ୍ୟ ଜିନିଷ ଗୁଡ଼ିକ ହେଲା-ସିଗାରେଟ୍‌, ସ୍ମାର୍ଟଫୋନ୍‌, ଲାପ୍‌ଟପ୍‌ ଓ ମଦ। ଏସବୁର ମୂଲ୍ୟ ପାଖାପାଖି ୧୨.୪ ଲକ୍ଷ ଟଙ୍କା। ଏସବୁ ୨ଜଣ ଯାତ୍ରୀଙ୍କ ନିକଟରୁ ଜବତ ହୋଇଛି।

ଏହି ୨ ଯାତ୍ରୀ 6E 8246 ବିମାନରେ ଦୁବାଇରୁ ଆସି ଚେନ୍ନାଇ ଏୟାରପୋର୍ଟରେ ପହଞ୍ଚିବା ପରେ କଷ୍ଟମ ବିଭାଗର ଅଧିକାରୀମାନେ ସେମାନଙ୍କୁ ଧରିଥିଲେ ଓ ସେମାନଙ୍କ ନିକଟରୁ ସୁନା ଜବତ କରାଯାଇଥିଲା। ଏହାପରେ ଉଭୟ ଯାତ୍ରୀଙ୍କୁ ଗିରଫ କରାଯାଇଥିଲା।

You might also like