ପାକିସ୍ତାନରେ ଭାରତୀୟ ଦୂତାବାସର ୨ କର୍ମଚାରୀ ନିଖୋଜ

ନୂଆଦିଲ୍ଲୀ:  ଇସଲାମାବାଦରେ ଥିବା ଭାରତୀୟ ଦୂତାବାସର ୨ କର୍ମଚାରୀ ନିଖୋଜ ହୋଇଯାଇଛନ୍ତି।  CISFର ୨ କର୍ମଚାରୀ ଡ୍ୟୁଟିରେ ଥିବାବେଳେ ନିଖୋଜ ହୋଇଯାଇଛନ୍ତି । ୨ ଘଣ୍ଟାରୁ ଅଧିକ ହେଲାଣି, ସେମାନଙ୍କର କୌଣସି ପତ୍ତା ମିଳୁନାହିଁ।

ସକାଳୁ ଉଭୟ ନିଜ ଡ୍ୟୁଟିରେ ଯୋଗ ଦେଇଥିଲେ। ହେଲେ ଆସିବାର ପ୍ରାୟ ୨ ଘଣ୍ଟା ପରେ ସେମାନଙ୍କର ପତ୍ତା ମିଳୁନାହିଁ ।  ଘଟଣା ପରେ ଭାରତ ପକ୍ଷରୁ ପାକିସ୍ତାନ ଅଧିକାରୀଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଛି।

ନିଖୋଜ ଦୁଇ କର୍ମଚାରୀ ହାଇକମିଶନରରେ ସିଆଇଏସଏଫ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ। ସେମାନେ ଗାଡ଼ି ନେଇ କାମରେ ବାହାରିଥିବା ବେଳେ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ନଥିବା ଖବର ମିଳିଛି। ଏବେ ସେମାନଙ୍କୁ ଖୋଜିବା ପ୍ରକ୍ରିୟା ଆରମ୍ଭ ହୋଇଛି।

ସୂଚନାଥାଉ କି, କିଛି ଦିନ ତଳେ ପାକିସ୍ତାନର ଇଣ୍ଟର୍ ସର୍ଭିସ୍ ଇଣ୍ଟେଲିଜେନ୍-ISIର ଭାରତୀୟ ଦୂତାବାସର ରାଷ୍ଟ୍ରଦୂତଙ୍କ ପଛରେ ଗୁପ୍ତଚର ଲଗାଇଥିବା ଦେଖିବାକୁ ମିଳିଥିଲା । ଇସଲମାବାଦ୍‌ରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଗୌରବ ଆଲୁୱାଲିଆଙ୍କ ଉପରେ ନଜର ରଖିିଥିଲା ISI। ଭାରତୀୟ ହାଇକମିଶନ୍ କାର୍ଯ୍ୟାଳୟ ନିକଟରେ ISI ଏଜେଣ୍ଟ ଗୁଇନ୍ଦାଗିରି କରୁଥିବା ଏକ ଭିଡିଓରେ ନଜର ଆସିଥିଲେ ।

ପୂର୍ବରୁ ଅନେକ ଥର ISIର ସନ୍ଦେହଜନକ ଗତିିବଧି ନେଇ ଭାରତ ଅଭିଯୋଗ କରି ଆସିଛି।  ଏହାସହ ଭାରତରେ ମଧ୍ୟ ଗୁପ୍ତଚରୀ କରୁଥିବା ଦୁଇ ପାକିସ୍ତାନ ଅଧିକାରୀଙ୍କୁ ଅବାଞ୍ଛିତ ଘୋଷଣା ପରେ ଏମାନଙ୍କୁ ପାକିସ୍ତାନ ପଠାଯାଇଥିଲା। ଏହି ଦୁଇ ଘଟଣା ପରେ ଆଜି ଇସଲାମାବାଦରେ ଥିବା ଭାରତୀୟ ଦୂତାବାସର ୨ ଭାରତୀୟ କର୍ମଚାରୀ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି।

You might also like