ଭାରତୀୟ ଦୂତାବାସର ୨ କର୍ମଚାରୀଙ୍କୁ ମୁକ୍ତ କଲା ପାକିସ୍ତାନ

ଇସଲାମବାଦ: ପାକିସ୍ତାନ ପୋଲିସ ହେପାଜତରେ ଥିବା ଇସଲାମାବାଦ ସ୍ଥିତ ଭାରତୀୟ ଦୂତାବାସର ୨ କର୍ମଚାରୀ ମୁକ୍ତ। ଏକ ରାସ୍ତା ଦୁର୍ଘଟଣା ମାମଲାରେ ପାକିସ୍ତାନ ପୋଲିସ ୨ ଭାରତୀୟ ଦୂତାବାସ କର୍ମଚାରୀଙ୍କୁ ଅଟକ ରଖିଥିଲା। ତେବେ ଏନେଇ ଭାରତୀୟ ଦୂତାବାସକୁ କୌଣସି ସୂଚନା ଦିଆଯାଇନଥିଲା।

ଭାରତୀୟ ହାଇକମିଶନ ପକ୍ଷରୁ ଦୁଇ କର୍ମଚାରୀ ନିଖୋଜ ନେଇ ପାକ୍ ପୋଲିସ ଷ୍ଟେସନରେ ଏତଲା ଦେବାର ୭ ଘଣ୍ଟା ପରେ ୨ କର୍ମଚାରୀ ପୋଲିସ ହେପାଜତରେ ଥିବା ସୂଚନା ଦେଇଥିଲା ପାକିସ୍ତାନ। ତେବେ ୨ କର୍ମଚାରୀଙ୍କ ବାବଦରେ ଅନେକ ସମୟ ଧରି ସୂଚନା ନ ମିଳିବାରୁ ଭାରତରେ ଥିବା ପାକ୍ ଦୂତାବାସ ଅଧିକାରୀଙ୍କୁ ବିଦେଶ ମନ୍ତ୍ରଣାଳୟ ସମନ କରିଥିଲା।

ଏହାସହ ତୁରନ୍ତ ୨ କର୍ମଚାରୀଙ୍କୁ ଫେରାଇବାକୁ ପାକିସ୍ତାନକୁ ଭାରତ ସରକାର କଡ଼ା ଚେତାବନୀ ଦେଇଥିଲେ। ଭାରତର କଡ଼ା ଚେତାବନୀ ପରେ ଇସଲାମବାଦ ସ୍ଥିତ ଭାରତୀୟ ଦୂତାବାସଠାରୁ ୨ କିଲୋମିଟର ଦୂରରେ ଥିବା ପୋଲିସ ଷ୍ଟେସନରେ ୨ ଅଧିକାରୀଙ୍କୁ ରାସ୍ତା ଅଟକ ରଖାଯାଇଥିବା ପାକିସ୍ତାନ ଜଣାଇଥିଲା।

ଭାରତୀୟ ହାଇକମିଶନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯିବା ପରେ ଦୁଇଜଣ କର୍ମଚାରୀଙ୍କୁ ପାକିସ୍ତାନ ମୁକ୍ତ କରିଥିବା ସୂଚନା ମିଳିଛି। ଇସଲାମବାଦ ସ୍ଥିତ ଭାରତୀୟ ଦୂତାବାସରେ CISFର ୨ କର୍ମଚାରୀ ଡ୍ୟୁଟିରେ ଥିବାବେଳେ ଆଜି ନିଖୋଜ ହୋଇଯାଇଥିଲେ।

You might also like