ଜଳୁଛି ଅଏଲ ଇଣ୍ଡିଆର ଗ୍ୟାସ କୂଅ; ୨ ଫାୟାର ଫାଇଟରଙ୍କ ମୃତ୍ୟୁ

ଗୌହାଟୀ: ଆସାମ ଅଏଲ ଇଣ୍ଡିଆର ନିଖୋଜ ଥିବା ଦୁଇଜଣ ଫାୟାର ଫାଇଟରଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଆଜି ସେମାନଙ୍କ ମୃତଦେହ ଏନଡିଆରଏଫ ଟିମ୍‌ ନିକଟସ୍ଥ ପୋଖରୀରୁ ଉଦ୍ଧାର କରିଥିବା ଅଏଲ ଇଣ୍ଡିଆ ଆସାମର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଏହି ଘଟଣା ପରେ ଏଠାରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ମୃତକ ଦ୍ୱୟ ଡିୟୁଟିରେ ଥିବା ବେଳେ ହିଁ ଗ୍ୟାସ ଲିକ୍‌ ଯୋଗୁ କୂଅରେ ବିସ୍ଫୋରଣ ଘଟିଥିଲା। ଏହି ଘଟଣାରେ ଆଉ ଜଣେ ଆହତ କର୍ମଚାରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତୈଳ କୂଅର ଦେଢ଼ କିମି ପରିଧି ମଧ୍ୟରେ ଥିବା ପ୍ରାୟ ୬ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇ ରିଲିଫ କ୍ୟାମ୍ପରେ ରଖାଯାଇଛି।

ସୂଚନାଥାଉ କି, ଆସାମର ଟିନ୍‌ସୁକିଆଠାରେ ଥିବା ଓଏଲ ଇଣ୍ଡିଆ ଲିଃ(ଓଆଇଏଲ)ରେ ଗତ ୧୪ ଦିନ ଧରି ଗ୍ୟାସ ଲିକ୍‌ ହେବା ପରେ ମଙ୍ଗଳବାର ଭୟଙ୍କର ବିସ୍ଫୋରଣ ହୋଇଛି । ଗତକାଲିଠାରୁ ଗ୍ୟାସକୂଳ ଜଳୁଥିଲେ ହେଁ ନିଆଁକୁ ଲିଭା ଯାଇପାରୁ ନାହିଁ।  ନିଆଁର ପ୍ରଭାବ ପ୍ରାୟ ୧୦ କିମି ଦୂର ପର୍ଯ୍ୟନ୍ତ ଅନୁଭୂତ ହେଉଛି।  ସ୍ଥିତି ଏପରି ହୋଇଛି ଯେ ଉଦ୍ଧାରକାରୀ ଟିମ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିବାକୁ ନାକେଦମ ହେଲାଣି। ଗ୍ୟାସ ଲିକ ଓ ଅଗ୍ନିକାଣ୍ଡକୁ ନିୟନ୍ତ୍ରଣ କରିବା ପାଇଁ ବିଶେଷଜ୍ଞ ଟିମ ମଧ୍ୟ ସିଙ୍ଗାପୁରରୁ ଆସିଛନ୍ତି। ନିଆଁ ଲିଭାଇବା ପାଇଁ  ବାୟୁସେନା ସାହାଯ୍ୟ ମଧ୍ୟ ନିଆଯାଇଛି।

ସୂଚନାଥାଉ କି,  ଟିନୁସିକିଆର ଭାଘଜାନ ଠାରେ ଏହି ତୈଳ କୂଅଟି ରହିଛି। ମେ’ ୨୭ରୁ ଏଥିରୁ ଗ୍ୟାସ ଲିକ ହେବା ସହ ଆଖପାଖ ଅଞ୍ଚଳର ଫସଲ ବ୍ୟାପକ ଭାବେ କ୍ଷତି ଘଟିଛି

You might also like