ଶାମଲି: ବିବାହ ହେଉନଥିବାରୁ ଥାନାରେ ପହଞ୍ଚି ଗୁହାରୀ ଜଣାଇଲେ ୩ ଫୁଟ ଉଚ୍ଚର ଯୁବକ। ମୋର ବିବାହ କରାଇ ଦିଅ କହି ମହିଳା ଥାନାରେ ପହଞ୍ଚି ଯାଇଛନ୍ତି ଅଜିମ । ମାତ୍ର କମ୍ ଉଚ୍ଚତା ପାଇଁ  ବରମ୍ବାର ତାଙ୍କର ବିବାହ ଭାଙ୍ଗି ଯାଉଥିବା କଥା କହି ମହିଳା ପୋଲିସ ଆଗରେ ନିଜର ଦୁଃଖ ବଖାଣିଛନ୍ତି।  ଉତ୍ତରପ୍ରଦେଶର ଶାମଲି ଜିଲ୍ଲାରୁ ଏପରି ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି।

ଶାମଲି ଜିଲ୍ଲାର ୨୬ ବର୍ଷିୟ ଯୁବକ ଅଜିମ ମନସୁରୀ। ଉଚ୍ଚତା ମାତ୍ର ୩ ଫୁଟ। ବାହା ବୟସରେ ତାଙ୍କର ବି ବିବାହ କରିବେକୁ ମନ ହେଲାଣି । ଆଉ ସେଥିପାଇଁ ଏକୁଟିଆ ଜୀବନ ବିତାଇବାକୁ ଚାହୁଁନାହାନ୍ତି ଅଜିମ୍ । ହାତକୁ ଦିହାତ ହୋଇ ଖୁସିରେ ସଂସାର ଗଢ଼ିବାକୁ ସ୍ୱପ୍ନ ଦେଖୁଛନ୍ତି। ହେଲେ ବିବାହ ପାଇଁ ତାଙ୍କ ଉଚ୍ଚତା ବାଧା ସୃଷ୍ଟି କରୁଛି।  କମ ଉଚ୍ଚତା ଯୋଗୁଁ ଝିଅ ମିଳବା କଷ୍ଟକର ହେଉଛି। ବିବାହ ଋତୁ ଚାଲିଥିବା ବେଳେ ବିଗତ କିଛି ମାସ ଧରି ସେ ଜୋରସୋରରେ ଝିଅ ଖୋଜୁଛନ୍ତି। ହେଲେ ତାଙ୍କୁ ଝିଅଟିଏ ମିଳିପାରୁନି।

 


ଅଜିମଙ୍କ ପାଞ୍ଚ ଭାଇଭଉଣୀ। ଉଚ୍ଚତା କମ ଯୋଗୁଁ ବାରମ୍ବାର କହିବା ସତ୍ତ୍ୱେ ପରିବାର ଲୋକ ମଧ୍ୟ ଶୁଣୁନାହାନ୍ତି। ତେବେ ବିବାହ କରାଇବା ପାଇଁ ଗୁହାରୀ ଜଣାଉଛନ୍ତି ହେଲେ କେହି ତାଙ୍କ କଥା ଗୁରୁତର ସହ ନେଉନାହାନ୍ତି। ଶେଷରେ ଅନ୍ୟ ଉପାୟ ନପାଇ ତଥା ବିବାହ କରିବାର କୌଣସି ଆଶା ଦେଖାଯାଉ ନଥିବାରୁ ଥାନରେ ପହଞ୍ଚିଯାଇଛନ୍ତି ଅଜିମ। ବିବାହ କରିବା ଆଶାରେ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇସାରିଛନ୍ତି। ସମସ୍ତଙ୍କୁ ଗୁହାରୀ ଜଣାଇ କହୁଛନ୍ତି, ମୋ ବିବାହ କରାଇ ଦିଅ। ଏହା ପୂର୍ବରୁ ସେ ଚିଠି ଲଖି ବିବାହ କରାଇ ଦଅ ବୋଲି ଗୁହାରୀ କରିଥିଲେ, ଯାହାର ସୋସିଆଲ ମିଡ଼ଇଆରେ ଭଗଭାଇରାଲ ହୋଇଥିଲା।

 

Other Stories