ଗୁଜରାଟ ଓ ହରିଆଣାରେ ୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ନୂଆଦିଲ୍ଲୀ:  ମହାମାରୀ କରୋନା ଭାଇରସ ଗୁଜରାଟରେ ଜଣେ ଏବଂ ହରିଆଣାର ଜଣଙ୍କର ମୁଣ୍ଡ ନେଇଛି। ଗୁଜରାଟରେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଜଣେ ୫୨ ବର୍ଷୀୟ ବ୍ୟକ୍ତିଙ୍କର ଆଜି ମୃତ୍ୟୁ ଘଟିଛି। ଏହି ବ୍ୟକ୍ତି ଜଣଙ୍କ ନିକଟରେ ଶ୍ରୀଲଙ୍କା ଗସ୍ତରୁ ଫେରିଥିଲେ।

ଏହାପରେ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା। ସେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ପରିବାରର ଅନ୍ୟ ୪ ଜଣଙ୍କ ଶରୀରରେ ବି କୋଭିଡ-୧୯ ଭୂତାଣୁ ଠାବ ହୋଇଛି।

ସେହିପରି ହରିଆଣାର ଜଣେ ୬୭ ବର୍ଷୀୟ ବ୍ୟକ୍ତି ଚିକିତ୍ସିତ ହେଉଥିବା ବେଳେ ପ୍ରାଣ ହରାଇଛନ୍ତି। ବ୍ୟକ୍ତି ଜଣଙ୍କ ଚଣ୍ଡିଗଡ଼ର ପୋଷ୍ଟ ଗ୍ରାଜ୍ୟୁଏଟ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ଏଡୁକେସନ ଓ ରିସର୍ଚ୍ଚରେ ଚିକିତ୍ସିତ ହେଉଥିଲେ।

You might also like