ସର୍ବ ସମ୍ମୁଖରେ ପୋଲିସ ଉପରକୁ ଆଖିବୁଜା ଗୁଳିମାଡ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ଶ୍ରୀନଗରରେ ପୁଣି ଆତଙ୍କୀମାନେ ଆକ୍ରମଣ । ସର୍ବ ସମ୍ମୁଖରେ ପୋଲିସ୍ ଉପରକୁ ଗୁଳି ମାଡ଼ କରିଛନ୍ତି  ଆତଙ୍କୀ ।  ଶ୍ରୀନଗରର ଏକ ଜନବହୁଳ ସ୍ଥାନରେ ଆତଙ୍କୀମାନେ ପୋଲିସ କର୍ମୀଙ୍କ ଉପରକୁ ଆଖିବୁଜା ଗୁଳିବର୍ଷା କରିଛନ୍ତି। ଅତି କମ ସମୟରେ ଏପରି  ଆକ୍ରମଣ କରି ଆତଙ୍କୀମାନେ ଫେରାର ହୋଇଯିବାରେ ସଫଳ ହୋଇଛନ୍ତି। ଏହି ଘଟଣାରେ ୨ ଜଣ ପୋଲିସ କର୍ମୀ ସହିଦ ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ,  ଶ୍ରୀନଗର ବାଘତ ବାର୍ଜୁଲା ଅଞ୍ଚଳର ଏକ ଚା’ ଦୋକାନରେ ପୋଲିସ୍ ଫୋର୍ସ ଛିଡ଼ା ହୋଇଥିଲେ। ଏହି ସମୟରେ ହଠାତ୍ ଆତଙ୍କବାଦୀ ଆସି ପୋଲିସ ଫୋର୍ସ ଉପରକୁ ଗୁଳି ଚଳାଇ ଫେରାର ହୋଇ ଯାଇଛନ୍ତି। ଏହି ଆକ୍ରମଣରେ ଦୁଇ ଜଣ ପୋଲିସ୍ ଅଧିକାରୀ ଆହତ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେମାନେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।  ଏପରି ଆକ୍ରମଣ ଶ୍ରୀନଗରର ଜନବହୁଳ ତଥା କଡା ସୁରକ୍ଷା ବଳୟ ଭିତରେ ଥିବା ଅଞ୍ଚଳରେ ହୋଇଥିବାରୁ ଏହା ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି।

ଘଟଣା ସମୟର ଭିଡିଓ ସିସିଟିଭିରେ କଏଦ ହୋଇଛି। ଆଜି ସକାଳେ ସୋପିଆନ୍ ଜିଲ୍ଲାରେ ସୁରକ୍ଷାବାହିନୀ ତିନି ଜଣ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଥିଲେ। ଏହାସହ ଏହି ଘଟଣାର ଲିଙ୍କ୍ ଥିବା ଅନୁମାନ କରାଯାଉଛିା ପୋଲିସ୍ ଓ ସିଆରପିଏଫ୍ ମିଳିତ ଭାବେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛନ୍ତି।

ପୋଲିସ ସୂତ୍ରରୁ ମିଳିଥିବା ଖବରରୁ ଜଣାଯାଇଛି, ଅସୁସ୍ଥ ପୋଲିସ କର୍ମୀ ଦୁହିଁଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସହିଦ ହୋଇଥିବା ଦୁଇ ପୋଲିସ କର୍ମୀ ହେଲେ ମହମ୍ମଦ ୟୁସୁଫ ଏବଂ ସୁହେଲ ଅହମ୍ମଦ। ଗତ ତିନି ଦିନ ମଧ୍ୟରେ ସହରରେ ଆତଙ୍କବାଦୀଙ୍କର ଏହା ତୃତୀୟ ଆକ୍ରମଣ।

ସୂଚନାଥାଉ କି, ଜାମ୍ମୁ ଓ କାଶ୍ମୀରର ସୋପିଆନ ଜିଲ୍ଲାରେ ଆଜି ସକାଳେ ସୁରକ୍ଷାକର୍ମୀ-ଆତଙ୍କୀ ମୁହାମୁହିଁ ହୋଇଥିଲେ। ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଜମ୍ମୁ କାଶ୍ମୀରର ଜଣେ  ସ୍ୱତନ୍ତ୍ର ପୋଲିସ ଅଫିସର (SPO) ସହିଦ ହୋଇଥିବାବେଳଳେ ଅନ୍ୟ ଜଣେ ଯବାନ ଗୁରୁତର ହୋଇଥିଲେ।

ଏହା ପୂର୍ବରୁ ବୁଧବାର ଆତଙ୍କୀମାନେ ସହରର ହାଇ ସିକ୍ୟୁରିଟି ଅଞ୍ଚଳରେ ଏକ ରେଷ୍ଟୁରାଣ୍ଟ ମାଲିକଙ୍କ ପୁଅକୁ ଗୁଳି କରି ଗୁରୁତର କରି ଦେଇଥିଲେ।

You might also like