ପାକିସ୍ତାନ କରାଚିରେ ସନ୍ଦିଗ୍ଧ ଅାତଙ୍କବାଦୀ ହମଲା

ଗୁଳିମାଡ଼ରେ ୨ ଜଣ ସୁରକ୍ଷାକର୍ମୀ ନିହତ

କରାଚି : ପାକିସ୍ତାନର କରାଚି ସହରରେ ସନ୍ଦିଗ୍ଧ ଅାତଙ୍କବାଦୀ ଅାକ୍ରମଣ। କରାଚି ସହରସ୍ଥିତ ଚୀନ୍ ଦୂତାବାସ ନିକଟରେ ହୋଇଥିବା ସନ୍ଦିଗ୍ଧଙ୍କ ଗୁଳିମାଡ଼ରେ ୨ ଜଣ ସୁରକ୍ଷାକର୍ମୀ ନିହତ ହୋଇଛନ୍ତି। ସୁରକ୍ଷାକର୍ମୀଙ୍କ କାର୍ଯ୍ୟାନୁଷ୍ଠାନରେ ତିନି ସନ୍ଦିଗ୍ଧ ନିହତ ହୋଇଥିବା କଥା ଏକ ଗଣମାଧ୍ୟମକୁ ଜଣାଇଛନ୍ତି କରାଚି ପୁଲିସ ମୁଖ୍ୟ।

ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଅାଜି ସକାଳ ସାଢ଼େ ୯ଟା ବେଳେ ଅଚାନକ ଚୀନ୍ ଦୂତାବାସ ନିକଟରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା। ପରେ ଲୁଚି ରହିଥିବା ଅାତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଘଟଣାସ୍ଥଳରେ ବ୍ୟାପକ ପୁଲିସ ଫୋର୍ସ ବି ମୁତୟନ କରାଯାଇଛି। ସନ୍ଦିଗ୍ଧ ଅାତଙ୍କବାଦୀଙ୍କ ସମ୍ପର୍କରେ ସବିଶେଷ ସୂଚନା ମିଳିନଥିବା ସୂଚନା ଦେଇଛନ୍ତି ସାଉଥ୍‌ କରାଚି ଡିଅାଇଜି।

You might also like