କଲଗାର୍ଲ ଭାବି ପ୍ରିନ୍ସିପାଲଙ୍କୁ ହଇରାଣ କରୁଥିଲ ଦୁଇ ଯୁବକ, ଅଭିଯୁକ୍ତଙ୍କୁ ବାନ୍ଧିନେଲା ପୋଲିସ୍

କଲ କରି ଅଶ୍ଳୀଳ ମେସେଜ ପଠାଇବା ସହ ଶାରିରୀକ ସମ୍ପର୍କ ରଖିବାକୁ ନିବେଦନ କରୁଥିଲେ . .

ମୁମ୍ୱାଇ : ୩୫ ବର୍ଷୀୟ ପ୍ରନ୍ସିପାଲଙ୍କୁ ଯୌନ ଶୋଷଣ ଏବଂ ଅସଦାଚରଣ କରୁଥିବା ଅଭିଯୋଗରେ ଦୁଇଜଣ ଯୁବକ ଗିରଫ । ପୀଡ଼ିତାଙ୍କ ଅଭିଯୋଗ ପରେ ମହାରାଷ୍ଟ୍ରର ୱାଡାଲା ପୋଲିସ୍‌ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୀଡ଼ିତାଙ୍କୁ ଫୋନ୍ କରି ଅଶ୍ଳୀଳ କଥାବାର୍ତ୍ତା କରିବା ସହ ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ଦୁଇ ଅଭିଯୁକ୍ତ।

ଦୁଇ ଅଭିଯୁକ୍ତ ନଭି ମୁମ୍ବାଇର ଘାନସୋଲି ନିବାସୀ୨୫ ବର୍ଷିୟ ସୁରଜ ସିଦ୍ଧାର୍ଥ କାମ୍ବଲେ ଏବଂ ୩୧ ବର୍ଷିୟ ମନୋଜ ଲକ୍ଷ୍ମଣ ଦେବରୁକର ବୋଲି ଜଣାପଡିଛି । ଉଭୟେ ବନ୍ଧୁ ହୋଇଥିବା ବେଳେ ଏକ ବେସରକାରୀ ସଂସ୍ଥାରେ ସେମାନେ କାମ କରୁଛନ୍ତି । ସେହିପରି ପୀଡ଼ିତା ଜଣକ ନଭି ମୁମ୍ବାଇର ବାସିନ୍ଦା ଅଟନ୍ତି ଏ‍ଂ ସେ ମୁମ୍ବାଇର ଏକ କଲେଜରେ ପ୍ରିନ୍ସିପାଲ ରୂପେ କାର୍ଯ୍ୟରତ ।
ପୋଲିସର ସୂଚନାନୁସାରେ, ପୀଡ଼ିତାଙ୍କ ନାମ ନଭି ମୁମ୍ବାଇର ଏକ ସର୍ବସାଧାରଣ ଶୌଚାଳୟ କାନ୍ଥରେ ଲେଖାହୋଇଥିଲା ଏବଂ ତାଙ୍କୁ ଜଣେ କଲ୍ ଗାର୍ଲ ଭାବେ ଦର୍ଶାଯାଇଥିଲା । ଆଉ ସେହିଠାରୁ ନମ୍ବର ନେଇ ଉଭୟେ ମିଶି ମହିଳାଙ୍କୁ ଯୋଗାଯୋଗ କରି ହଇରାଣ ହରକତ କରୁଥିଲେ ।
ଡିସେମ୍ବର ୩୦, ୨୦୨୦ ଠାରୁ ପ୍ରଥମ ଥର ପାଇଁ ମହିଳା ପ୍ରିନ୍ସିପାଲଙ୍କୁ ଫୋନ୍ କରିଥିଲେ ଶାରିରୀକ ସମ୍ପର୍କ ରଖିବା ପାଇଁ ନିବେଦନ କରିଥିଲେ ।  ଆଉ ତା’ପରଠାରୁ ଲଗାତାର ଏକ ସପ୍ତାହରୁ ଅଧିକ ସମୟ ଧରି ଦୁହେଁ ତାଙ୍କୁ ଫୋନ୍ ଅଶ୍ଳୀଳ କଥାବାର୍ତ୍ତା  କରି ହଇରାଣ କରିଥିଲେ ।  ବିଭିନ୍ନ ସମୟରେ ଅଶ୍ଚୀଳ ମେସେସ ମଧ୍ୟ ପଠାଉଥିଲେ ଏବଂ ନଗ୍ନ ଭିଡ଼ିଓ କଲ୍ କରିବାକୁ ବାଧ୍ୟ କରୁଥିଲେ ।
ବାରମ୍ବାର ମନା କରିବା ସତ୍ତ୍ୱେ ବାଟକୁ ଆସିନଥିଲେ ଅଭିଯୁକ୍ତ । ଶେଷରେ ଅତି ଅସହ୍ୟ ହେବାରୁ ଜାନୁଆରୀ ୭ ତାରିଖରେ ପୀଡ଼ିତା ପୋଲିସରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ୱାଡାଲା ପୋଲିସ୍ ତଦନ୍ତ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । 
ତେବେ ପ୍ରଥମେ କଲେଜର କୌଣସି ଛାତ୍ର ଏପରି କରିପାରନ୍ତି ବୋଲି ସନ୍ଦେହ କରିଥିଲା ପୋଲିସ୍ । ଅଧିକ ଛାନଭିନ୍ ପରେ ଏହି ଘଟଣାରେ କୌଣସି ଛାତ୍ରର ସଂପୃକ୍ତି ନଥିବା ନେଇ ସ୍ପଷ୍ଟ ହୋଇଗଲା ।  ଫୋନ୍ ନମ୍ବର ସାହାଯ୍ୟରେ ହିଁ  ଅଭିଯୁକଙ୍କୁ  ଚିହ୍ନଟ କରିଛି ପୋଲିସ୍ । ଉଭୟଙ୍କ ସେଲଫୋନ୍ ଜବତ କରାଯାଇ ଫୋରେନସିକ୍ ଲ୍ୟାବକୁ ପଠାଯାଇଛି । ଫୋନର ପୁଙ୍ଖାନୁପୁଙ୍ଖ ସ୍କାନିଂରୁ ଜଣାପଡିଛି ଏହି ଦୁଇ ଅଭିଯୁକ୍ତ ଅନ୍ୟ ମହିଳାଙ୍କୁ ମଧ୍ୟ ହଇରାଣ କରିଛନ୍ତି ।
You might also like