ଦେଶର ପ୍ରଥମ ମହିଳା ଟ୍ରକ୍ ମେକାନିକ୍…ଚୁଟକିରେ ସଜାଡ଼ି ଦିଅନ୍ତି ଗାଡ଼ି

ମହିଳା ଟ୍ରକ୍ ମେକାନିକ୍

ନୂଆଦିଲ୍ଲୀ: ବର୍ତ୍ତମାନ ପୁରୁଷଙ୍କ ସହ କାନ୍ଧରେ କାନ୍ଧ ମିଶାଇ ଚାଲୁଛନ୍ତି ମହିଳା। ସେମାନେ ସକ୍ଷମ ଓ ସଶକ୍ତ ମଧ୍ୟ। ଆଉ ସେହିଭଳି ଜଣେ ମହିଳା ଦିଲ୍ଲୀର ଶାନ୍ତି ଦେବୀ। ସେ ଆଉ ତାଙ୍କ କାରନାମା ବେଶ ନିଆରା। ଆଉ ବିଚିତ୍ର ତାଙ୍କର କାରନାମା। ଦେଖିଲେ ଯିଏ ନାହିଁ ସିଏ କହିବ ଯେ, ସେ ଜଣେ ଅସାଧାରଣ ମହିଳା। ତେବେ ତାଙ୍କର ନିଆରା ଟ୍ୟାଲେଣ୍ଟକୁ ନେଇ ଜୋରସୋରରେ ଚାଲିଛି ଚର୍ଚ୍ଚା।

ବର୍ତ୍ତମାନ ବଦଳୁଥିବା ଚିନ୍ତାଧାରା ସହ ମହିଳାମାନେ ମଧ୍ୟ ବେଶ୍ ଉନ୍ନତି କରୁଛନ୍ତି। ନିଜର କ୍ଷମତାକୁ ପ୍ରମାଣିତ କରୁଛନ୍ତି ମହିଳା। ପୁରୁଷଙ୍କ ଠାରୁ କେଉଁ କ୍ଷେତ୍ରରେ ବି କମ୍ ନୁହନ୍ତି ଏକଥା ବି ପ୍ରମାଣିତ ହେଉଛି। ସେହିଭଳି ଜଣେ ମହିଳା ଅଛନ୍ତି ଯାହାଙ୍କ କାରନାମା ଦେଖିଲେ ଯିଏ ନାହିଁ ସିଏ କହିବ ଯେ, ସେ ଜଣେ ଅସାଧାରଣ ମହିଳା। ସେ ନିଜର କାମକୁ ନେଇ ଭାରତରେ ବେଶ୍ ପପୁଲାର ଅଛନ୍ତି।

ଟ୍ରକ୍ ଡ୍ରାଇଭରମାନଙ୍କର ସେ ଅତି ପ୍ରିୟ। କାରଣ ଆଖି ପିଛୁଳାକେ ସେ ଟ୍ରକ୍ ହେଉ କି ବଡ ବଡ ଯାନ ହେଉ ସଜାଡି ଦିଅନ୍ତି। ଆଶ୍ଚର୍ଯ୍ୟ ହେଲେ କି? ଜଣେ ମହିଳା କିଭଳି ଏତେ ବଡ ବଡ ଗାଡି ସଜାଡି ପାରୁଛନ୍ତି। ହୁଏତ ଏହି ଘଟଣା ଆମକୁ ଆଶ୍ଚର୍ଯ୍ୟ କରୁଥିବ କିନ୍ତୁ ଏହି ଘଟଣା ପୂରା ସତ।  ସେ ହେଉଛନ୍ତି ୫୫ ବର୍ଷୀୟ ଶାନ୍ତି ଦେବୀ। କୁହାଯାଏ ସେ ଭାରତର ପ୍ରଥମ ମହିଳା ଟ୍ରକ୍ ମେକାନିକ୍। ଯେଉଁକାମ ପୁରୁଷ ଠିକ ସେ କରିପାରନ୍ତିନି, କିମ୍ବା ସାହାସ ଜୁଟାଇ ପାରନ୍ତିନି ସେ କାମକୁ ଶାନ୍ତି ଦେବୀ ବେଶ୍ ସହଜରେ କରିପାରନ୍ତି।

ପରିବାରକୁ ସଠିକ ଭାବେ ଚଳାଇବା ପାଇଁ ଶାନ୍ତି ଦେବୀ ସ୍ୱାମୀଙ୍କ ସହ କାମ କରିବା ଆରମ୍ଭ କରିଥିଲେ। ଆଉ ଆଜି ପ୍ରତିଦିନ ସେ ନିଜ କାମରୁ ପ୍ରମାଣିତ କରନ୍ତି ଯେ, ସେ କୌଣସି ପୁରୁଷ ମେକାନିକ ଠାରୁ କେଉଁ ଗୁଣରେ ବି କମ ନୁହଁନ୍ତି। ଏପରକି ଶାନ୍ତି ଦେବୀଙ୍କ ସର୍ଭିସରେ ଅନେକ କଷ୍ଟମର ବେଶ ଖୁସି ବି ଅଛନ୍ତି।

ଆଉ ତାଙ୍କ ଗ୍ୟାରେଜରେ ରେଗୁଲାର ମେକାନିକ ବି ହୋଇସାରିଛନ୍ତି। ଶାନ୍ତି ଦେବୀଙ୍କର ମ୍ୟାଜିକାଲ୍ ହାତ ଲାଗିବା ମାନେ ହିଁ ଲାଗେ ଯେପରି ଗାଡି ମନକୁ ମନ ଷ୍ଟାର୍ଟ ହୋଇଯାଏ। ଆଉ ସେ ଗୋଟେ ଦିନରେ ୧୦ରୁ ୧୫ ଟାୟାର ଠିକ୍ କରିଦିଅନ୍ତି। ମାତ୍ର ୨ୟ ଶ୍ରେଣୀ ଯାଏଁ ପାଠ ପଢିଥିବା ଇଣ୍ଡିଆନ୍ ଟ୍ରକ୍ ଏକ୍ସପର୍ଟ ଶାନ୍ତି ଦେବୀ କୌଣସି ନିର୍ଦ୍ଧିଷ୍ଟ ଟ୍ରେନିଂ ବି ନେଇ ନାହାନ୍ତି। ଅନେକ ଲୋକ ଭାବିଥାଆନ୍ତି ମହିଳାମାନେ ଘରର ହାଲକ୍ ଫୁଲକା କାମ କରନ୍ତି କିନ୍ତୁ ଶାନ୍ତି ଦେବୀ ସେମାନଙ୍କ ପାଇଁ ଉତ୍ତର ତେଣୁ ତାଙ୍କର ଏହି ମହାନ କାମକୁ ସଲାମ।

You might also like