ଦେଶରେ ବଢୁଛି କରୋନା; ୨୪ ଘଣ୍ଟାରେ ୧୯୯୩ ରୋଗୀ ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରୁଛି କରୋନା। ୨ ପର୍ଯ୍ୟାୟ ଲକ୍‌ଡାଉନ ଅବଧି ଦିନକ ପରେ ଶେଷ ହେବାକୁ ଯାଉଥିବାବେଳେ ମୃତ୍ୟୁ ସଂଖ୍ୟା କମିବାର ନାଁ ଧରୁନି।  ଗତ ୨୪ ଘଣ୍ଟାରେ ଦେଶରେ ୧୯୯୩ ନୂଆ କରୋନ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଏଥି ସହିତ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫ ହଜାର ୪୩ରେ ପହଞ୍ଚିଛ ଏବଂ ୧୧ ଶହ ୫୨ ଜଣଙ୍କ ମୃତ୍ୟୁ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ୫୬୪ ଜଣ ସୁସ୍ଥ ହୋଇଛନ୍ତି । ଏପଯ୍ୟନ୍ତ ମୋଟ ୮ହଜାର ୮୮୯ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ଆରୋଗ୍ୟ ହାର ୨୫.୩୭%କୁ ବୃଦ୍ଧି ପାଇଥିବା ସ୍ୱାସ୍ଥ୍ୟ  ଯୁଗ୍ମ ସଚିବ ସୂଚନା ଦେଇଛନ୍ତି  । ସେହିପରି ହାଇଡ୍ରକ୍ସି କ୍ଲୋରୋକୁଇନ୍ ଟାବଲେଟ୍ ଉତ୍ପାଦନ ୧୨ କୋଟିରୁ ୩୦ କୋଟି ଯାଏଁ ବୃଦ୍ଧି କରାଯାଇଥିବା ସେ ସୂଚନା ଦେଇଛନ୍ତି ।

ସେପଟେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସୂଚନା ଅନୁସାରେ ବିଭିନ୍ନ ରାଜ୍ୟରେ ଫସିଥିବା ଶ୍ରମିକ ଏଣିକି ଟ୍ରେନ୍ ଜରିଆରେ ନିଜ ରାଜ୍ୟକୁ ଫେରିପାରିବେ।  ଯେଉଁ ଯେଉଁ ରାଜ୍ୟରେ ଲକଡାଉନ୍ ପରେ ଶ୍ରମିକ, ପର୍ଯ୍ୟଟକ, ଛାତ୍ରଛାତ୍ରୀ ଏବଂ ତୀର୍ଥଯାତ୍ରୀ ଫସି ରହିଛନ୍ତି ସେମାନଙ୍କୁ ନିଜ ରାଜ୍ୟକୁ ନେବା ପାଇଁ ଚାଲିବ ସ୍ୱତନ୍ତ୍ର ଟ୍ରେନ୍।

ଯେଉଁ ରାଜ୍ୟରେ ଶ୍ରମିକ ଫସି ରହିଛନ୍ତି ସଂପୃକ୍ତ ରାଜ୍ୟର ସରକାର ରେଲୱେ ବୋର୍ଡଙ୍କ ସହ ଆଲୋଚନା କରିବେ। ରେଳ ବିଭାଗ ଏନେଇ ନୋଡାଲ୍ ଅଫିସର୍ ନିଯୁକ୍ତ କରିବେ। ଏହାସହ ଟିକେଟ୍ ବିକ୍ରି ଓ ସାମାଜିକ ଦୂରତାକୁ ଗୁରୁତ୍ୱ ସହ ଧ୍ୟାନରେ ରଖିବେ ବୋଲି ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶ ରହିଛି । 

…….

ଆହୁରି ପଢ଼ନ୍ତୁ

ଭାରତର ସାର୍ବଭୌମତ୍ୱ ରକ୍ଷାର ପ୍ରୟାସକୁ ସମର୍ଥନ କଲା ଆମେରିକା

ନଭେମ୍ବର ଶେଷ ଯାଏ ବଢ଼ିଲା ଅନ୍‌ଲକ୍‌ ୫.୦ ଗାଇଡ୍‌ ଲାଇନ କଟକଣା

ଏବେ ଯେକୌଣସି ବ୍ୟକ୍ତି ଜାମ୍ମୁ କାଶ୍ମୀରରେ କିଣି ପାରିବେ ଜାଗା

ବାହା ହେବାକୁ ମନା କରିବାରୁ ଅଭିନେତ୍ରୀଙ୍କୁ ଛୁରାମାଡ଼ କଲେ ଫେସ୍‌ବୁକ ଫ୍ରେଣ୍ଡ

ଲଭ୍‌-ଜିହାଦ୍‌ରୁ ହତ୍ୟା! ସିସିଟିଭିରେ କଏଦ୍‌ ହେଲା ଭିଡିଓ

ଅଓ୍ୱନ୍ତିପୋରାରେ ଏନ୍‌କାଉଣ୍ଟର: ଆତ୍ମସମର୍ପଣ କଲା ଆତଙ୍କୀ

କେନ୍ଦ୍ରମନ୍ତ୍ରୀ ରାମଦାସ ଆଠୱାଲେ କରୋନା ପଜିଟିଭ୍

ହାଥରସ ଘଟଣା: ସୁପ୍ରିମକୋର୍ଟ କହିଲେ ୟୁପିରୁ ବାହାରକୁ ସ୍ଥାନାନ୍ତର ହେବନି ମାମଲା

୨ ଲକ୍ଷରୁ ଅଧିକ ଟଙ୍କାର ପିଆଜ ଚୋରି

ଭାରତ-ଆମେରିକା ଟୁ ପ୍ଲସ ଟୁ ବୈଠକ: BECA ରାଜିନାମା ସ୍ୱାକ୍ଷର କରିବେ ଦୁଇ ଦେଶ

ବିହାର ନିର୍ବାଚନ: ୩୪% ପ୍ରାର୍ଥୀଙ୍କ ନାଁରେ ରହିଛି ଅପରାଧିକ ମାମଲା

ସୋନୁ ସୁଦ୍‌ଙ୍କ ସାହାଯ୍ୟକୁ ନେଇ ୟୁଜର୍ସ କହିଲେ ‘ବଡ ଧୋକା’; ସୋନୁ ଦେଲେ ଏମିତି ଜବାବ୍‌

You might also like