ଦୁଷ୍କର୍ମ ପୀଡ଼ିତାଙ୍କ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ରେ ଦେଇଗଲେ ଏମିତି ତଥ୍ୟ

ବୁଲନ୍ଦଶହର: ଉତ୍ତରପ୍ରଦେଶ ବୁଲନ୍ଦଶହରରେ ଜଣେ ୧୯ ବର୍ଷୀୟ ଯୁବତୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସୋମବାର ଅନୁପଶହର ଅଞ୍ଚଳରେ ଯୁବତୀ ଜଣକ ଆତ୍ମହତ୍ୟା କରିଥିବା ପୋଲିସ୍‌ ସୂଚନା ଦେଇଛି।

ଆତ୍ମହତ୍ୟା ପାଇଁ ଯୁବତୀ ଜଣକ ୩ଜଣ ବ୍ୟକ୍ତିଙ୍କୁ ଦାୟୀ କରିଛନ୍ତି, ଯାହା ସେ ସୁଇସାଇଡ୍‌ ନୋଟ୍‌ରେ ଉଲ୍ଲେଖ କରିଛନ୍ତି।

ସମ୍ପୃକ୍ତ ଯୁବତୀଙ୍କ ବାପାଙ୍କ ଲିଖିତ ଅଭିଯୋଗ ଆଧାରରେ ପୋଲିସ୍‌ IPC Section 306(ଆତ୍ମହତ୍ୟା ପାଇଁ ଉସୁକାଇବା) ଆଧାରରେ ଏକ ମାମଲା ରୁଜୁ କରିଛି। ଏହାସହ ଫେରାର ଥିବା ଅଭିଯୁକ୍ତମାନଙ୍କୁ ଧରିବା ଲାଗି ଛାନ୍‌ଭିନ୍‌ ଆରମ୍ଭ କରିଛି।

ବଡ଼ ଖବର: ୬ ବର୍ଷର ଶିଶୁକନ୍ୟାକୁ ହତ୍ୟା କରି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ କାଢିନେଲେ ଦୁର୍ବୃତ୍ତ

ପୋଲିସ୍‌ ସୂଚନା ଅନୁସାରେ, ଅକ୍ଟୋବର ୩ରେ ସମ୍ପୃକ୍ତ ଯୁବତୀ କମରୁଦ୍ଦିନ ନାମକ ଜଣେ ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ କରିଥିଲେ। ସେ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ଅପହରଣ, ନିର୍ଯାତନା ଓ ହତ୍ୟା ଧମକ ଦେବା ଭଳି ଅଭିଯୋଗ ଆଣିଥିଲେ। ହେଲେ ଅଭିଯୋଗ କରିବା ପରେ ମହିଳା ଜଣକ କହିଥିଲେ ଯେ ତାଙ୍କ ସହ ସେମିତି କିଛି ବି ହୋଇନଥିଲା ଓ ଏହି ଘଟଣାକୁ ସେ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଥିଲେ। କୋର୍ଟରେ ତାଙ୍କର ଏହି ବୟାନ ରେକର୍ଡ କରାଯିବା ସହ ଏହି ବୟାନ ଆଧାରରେ ଫାଇନାଲ୍‌ ରିପୋର୍ଟ ଦାଖଲ କରାଯାଇଥିଲା।

ତେବେ ଅକ୍ଟୋବର ୨୪ରେ ସମ୍ପୃକ୍ତ ଯୁବତୀ କମରୁଦ୍ଦିନ,ତାଙ୍କ ମାମୁ ମୁବିନ୍‌ ଓ ଜଣେ ସାଙ୍ଗ ଅବରାର୍‌ଙ୍କ ବିରୋଧରେ ଆଉ ଏକ ଅଭିଯୋଗ କରିଥିଲେ। ଏହି ଅଭିଯୋଗରେ ସେ କହିଥିଲେ, ଅକ୍ଟୋବର ୧୬ରେ କମରୁଦ୍ଦିନ ତାଙ୍କୁ ଡାକିଥିଲେ ଓ ୩ଜଣ ବ୍ୟକ୍ତି ତାଙ୍କୁ ମୁବିନ୍‌ଙ୍କ ଆଲିଗଡ଼ ସ୍ଥିତ ଘରକୁ ନେଇଯାଇଥିଲେ। ସେଠାରେ ତାଙ୍କୁ ଦୁଷ୍କର୍ମ କରାଯାଇଥିଲା ବୋଲି ଯୁବତୀ ଜଣକ ଅଭିଯୋଗ କରିଥିଲେ।

ଅଭିଯୋଗ ସତ୍ତ୍ୱେ ପୋଲିସ୍‌ ଅଭିଯୁକ୍ତଙ୍କୁ ଗିରଫ ନ କରିବା ଯୋଗୁ ଯୁବତୀ ଜଣକ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ, ଯୁବତୀଙ୍କ ଆତ୍ମହତ୍ୟା ପରେ ପୋଲିସ୍‌ର ତତ୍ପରତା ଦେଖିବାକୁ ମିଳିଛି। କାର୍ଯ୍ୟରେ ଅବହେଳା ଯୋଗୁ ଘଟଣାର ତଦନ୍ତ କରୁଥିବା ଅଧିକାରୀ, ସର୍କଲ ଅଫିସର ଓ ଅନୁପଶହର ପୋଲିସ୍‌ ଷ୍ଟେସନର ଇନ୍‌-ଚାର୍ଜଙ୍କୁ ନିଲମ୍ବିତ କରାଯାଇ ଘଟଣାର ତଦନ୍ତ ଜାରି ରହିଛି।

ଆହୁରି ପଢ଼ନ୍ତୁ

କୋଭିଡ୍‌ ହସ୍ପିଟାଲ୍‌ରେ ଭୟାବହ ଅଗ୍ନିକାଣ୍ଡ, ଚାଲିଗଲା ୫ କରୋନା ଆକ୍ରାନ୍ତଙ୍କ ଜୀବନ

ପରଲୋକରେ ଭାରତର ସଫ୍ଟୱେୟର ଇଣ୍ଡଷ୍ଟ୍ରୀ ଜନକ ଏଫ୍‌ସି କୋହଲି

କେବିସିର ୩ କୋଟିପତି ମହିଳା, ଜାଣନ୍ତୁ ଏମାନଙ୍କ ସଂଘର୍ଷମୟ ଜୀବନର କାହାଣୀ

ୱାନ୍ ନେସନ୍‌ ୱାନ୍‌ ଇଲେକ୍ସନ୍‌ ଦେଶ ପାଇଁ ଆବଶ୍ୟକ; ପ୍ରଧାନମନ୍ତ୍ରୀ

ମରୁଭୂମିରୁ ମିଳିଲା ରହସ୍ୟମୟ ଜିନିଷ; ଲୋକେ କହିଲେ ଅଶୁଭ ସଙ୍କେତ

ଚାଷୀଙ୍କ ପାଇଁ ଦିଲ୍ଲୀ ସୀମା ସିଲ୍‌ ହେଲା; ତଥାପି ଗର୍ଜିଲେ

ଡିସେମ୍ବର ୩୧ ଯାଏ ବିଦେଶକୁ ଉଡ଼ି ପାରିବ ନାହିଁ ବିମାନ

ମନେ ପଡିଲା ୨୬/୧୧ର ସେଇ ଭୟଙ୍କର ସ୍ମୃତି

ଗ୍ରାହକଙ୍କୁ ଆଶ୍ୱସ୍ତି; ଡିବିଏସ୍‌ ଇଣ୍ଡିଆ ସହିତ ମିଶିବ ଲକ୍ଷ୍ମୀ ବିଳାସ ବ୍ୟାଙ୍କ

ଅଫିସରୁ ବିଳମ୍ବରେ ଫେରୁଥିଲେ ସ୍ୱାମୀ; ଅତିଷ୍ଠ ହୋଇ FIR ଦାଏର କଲେ ମହିଳା

ଗୋଲ୍ଡ‌ ମର୍ସିଡିଜ୍‌ କାର୍‌ ଧରି ବୁଲିଲେ ଚାଷୀ

ବିଳମ୍ବିତ ରାତିରେ ଲ୍ୟାଣ୍ଡଫଲ୍ କଲା ବାତ୍ୟା ‘ନିଭାର’, ପ୍ରବଳ ବର୍ଷା

You might also like