ପାକିସ୍ତାନରେ ଭୟଙ୍କର ଦୁର୍ଘଟଣା: ୨୦ ଶିଖ୍‌ ମୃତ

ଇସଲାମାବାଦ୍: ପାକିସ୍ତାନରେ ଘଟିଛି ଏକ ବଡ଼ ଦୁର୍ଘଟଣା, ଯେଉଁଥିରେ ପ୍ରାଣ ହରାଇଛନ୍ତି ୨୦ଜଣ ଶିଖ୍‌ ସମ୍ପ୍ରଦାୟ। ଏଭଳି ଏକ ଭୟଙ୍କର ଦୁର୍ଘଟଣା ଘଟିଛି ପାକିସ୍ତାନର ଶେଖୁପୁରାରେ, ଯେଉଁଠାରେ ଏକ ଟ୍ରେନ୍ ଓ ବସ୍ ମଧ୍ୟରେ ଜୋରଦାର ଧକ୍କା ହୋଇଥିଲା। ନ୍ୟୁଜ୍ ଏଜେନ୍ସି ଏଏନଆଇ ମୁତାବକ, ଏହି ଦୁର୍ଘଟଣାରେ ୮ ତୀର୍ଥଯାତ୍ରୀ ଆଘାତପ୍ରାପ୍ତ ହୋଇଥିବା ସୂଚନା ମିଳିଛି। ଆହତଙ୍କୁ ଶେଖୁପୁରା ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ସେମାନଙ୍କର ଚିକିତ୍ସା ଚାଲିଛି।

ଘଟଣାସ୍ଥଳରେ ରେଲୱେ ଓ ସ୍ଥାନୀୟ ରେସ୍କ୍ୟୁ ଟିମ୍ ପହଞ୍ଚିଛନ୍ତି। ଶେଖୁପୁରାର ଡିପିଓ ମହମ୍ମଦ ଗାଜି ସଲ୍ଲାହୁଦ୍ଦିଦ ମଧ୍ୟ ମୃତକଙ୍କୁ ଚିହ୍ନଟ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଏହି ଦୁର୍ଘଟଣା ମଧ୍ୟାହ୍ନ ୧.୩୦ ମିନିଟରେ ବିନା ଫାଟକ ଥିବା ଶେଖୁପୁରୁା ରେଲୱେ କ୍ରସିଂ ନିକଟରେ ଘଟିଛି। ଘଟଣା ପରେ ଡିଭିଜନାଲ୍ ଇଞ୍ଜନିୟରଙ୍କୁ ସସପେଣ୍ଡ କରାଯାଇଛି।


ପାକିସ୍ତାନ ରେଲୱେ ପକ୍ଷରୁ ଜାରି ବୟାନରେ କୁହାଯାଇଛି, ରେଲୱେ ବିଭାଗ ଓ ଜିଲ୍ଲା ପ୍ରସାଶନ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଦୁର୍ଘଟଣାରେ ପ୍ରାଣ ହରାଇଥିବା ତୀର୍ଥଯାତ୍ରୀଙ୍କ ମୃତଦେହକୁ ମଧ୍ୟ ଉଦ୍ଧାର କରାଯାଇଛି। ସେହିପରି ଆହତଙ୍କୁ ହସ୍ପିଟାଲ ପହଞ୍ଚାଇବା ସେମାନଙ୍କ ଚିକିତ୍ସା ଆରମ୍ଭ କରିଦିଆଯାଇଛି।

ମିଡିଆ ରିପୋର୍ଟ ଅନୁଯାୟୀ, ଦୁର୍ଘଟଣାଗସ୍ତ ହୋଇଥିବା ବସ୍‌ରେ ଅଧିକାଂଶ ତୀର୍ଥଯାତ୍ରୀ ଥିଲେ, ଯେଉଁମାନେ ନନକାନା ସାହିବରୁ ଫେରୁଥିଲେ। ଏହି ହୃଦୟ ବିଦାରକ ଦୁର୍ଘଟଣାକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଦୁଃଖ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ

୧୬ ବର୍ଷର ଝିଅ ଆକାଉଣ୍ଟରେ ୧୦ କୋଟି ଟଙ୍କା !

ସାଧାରଣ ଲୋକଙ୍କୁ ଦିଆଗଲା ଋଷ ଭାକ୍ସିନ୍‌ ‘ସ୍ପୁଟନିକ ଭି’

ଏନ୍‌କାଉଣ୍ଟରରେ ଦୁଇ ଲସ୍କର ଆତଙ୍କୀ ନିହତ

Bihar Election 2020 Date:୩ଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ, ଭୋଟ୍‌ ଗ୍ରହଣ ସମୟ ସୀମା ୧ ଘଣ୍ଟା ବୃଦ୍ଧି

ଅକ୍ଟୋବରରେ ହେବ ଭାରତ ପ୍ରସ୍ତୁତ ’କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ଦକ୍ଷିଣ କୋରିଆ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିବା ପରେ ଜାଳିଦେଲେ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ଭାରତରେ Harley-Davidsonର ପ୍ରଡକ୍ଟ ଓ ସେଲ୍ ବନ୍ଦ

ଗଲୱାନ ସଂଘର୍ଷରେ କେତେ ସୈନିକଙ୍କୁ ହରାଇଛି, ହିସାବ ଦେଲା ଚୀନ

୧୨ ବର୍ଷର ନାବାଳକଙ୍କ ସମେତ ୩ ଜଣଙ୍କ ଉପରେ ଚଢ଼ିଗଲା ବସ୍‌

କୃଷି ବିଲ୍‌ ବିରୋଧରେ ଚାଷୀଙ୍କ ‘ଭାରତ ବନ୍ଦ’ ଡାକରା ଆଜି

କମିଲା ସୁନା ଓ ରୂପା ଦର

You might also like