ପାକିସ୍ତାନରେ ଭୟଙ୍କର ଭୂମିକମ୍ପ ; ମୃତ୍ୟୁସଂଖ୍ୟା ୧୯ ଟପିଲା

ଇସ୍‌ଲାମାବାଦ୍ : ପାକିସ୍ତାନରେ ଭୟଙ୍କର ଭୂମିକମ୍ପରେ ମୃତ୍ୟୁସଂଖ୍ୟା ୧୯ ଟପିଲାଣି। ତାସହ ୩୦୦ଶହରୁ ଅଧିକ ଲୋକ ଆହତ ହୋଇଛନ୍ତି। ଅପରାହ୍ନ ପ୍ରାୟ ୪ଟା ୩୫ରେ ହୋଇଥିବା ଭୂକମ୍ପ ଝଟକାରେ ଦୋହଲି ଯାଇଛି ପାକିସ୍ତାନର ରାଜଧାନୀ ଇସ୍‌ଲାମାବାଦ୍ ସମେତ ଆଖପାଖ ଅନେକ ଅଞ୍ଚଳ।

ତେବେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ପାକ୍ ଅଧିକୃତ କାଶ୍ମୀର। ଭୂମିକମ୍ପ ପ୍ରଭାବରେ ପିଓକେରେ ବହୁ ଘର ଭାଙ୍ଗିବା ସହ ଅନେକ ମୃତାହତ ହୋଇଥିବା ଆଶଙ୍କା କରାଯାଉଛି। ମିଳିଥିବା ସୂଚନା ମୁତାବକ ଜଣଙ୍କ ଭୂକମ୍ପରେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁସଂଖ୍ୟା ୧୯ ଟପିଥିବାବେଳେ ୩ଶହରୁ ଅଧିକ ଆହତ ହୋଇଛନ୍ତି।

ଭୂକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ପିଓକେର ମୀରପୁର ଅଞ୍ଚଳରେ ଅନେକ ସ୍ଥାନରେ ଜାତୀୟ ରାଜପଥରେ ବଡ଼ ବଡ଼ ଫାଟ ସୃଷ୍ଟି ହୋଇଛି। ଫଳରେ ଏହି ସମୟରେ ଜାତାୟତ କରୁଥିବା ଅନେକ ଗାଡ଼ି ଫାଟ ଭିତରେ ଫସି ଯାଇଛନ୍ତି, ବହୁ ଗାଡ଼ି ଓଲଟି ପଡ଼ିଥିବାର ଚିତ୍ର ସାମ୍ନାକୁ ଆସୁଛି।

ପାଖାପାଖି ୨ କିଲୋମିଟର ବ୍ୟାପୀ ରାସ୍ତାରେ ବିସ୍ଫୋରଣ ଭଳି ଛିନ୍‌ଛତ୍ର ଚିତ୍ର ଦେଖିବାକୁ ମିଳୁଛି। ଶହ ଶହ ଲୋକେ ଏନ୍ଏଚ୍ ଉପରେ ଅଟକି ରହିଛନ୍ତି। ଝେଲମରୁ ମୀର୍‌ପୁର ଯାଇଥିବା ରାସ୍ତା ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ମୀର୍‌ପୁରର ମାଙ୍ଗଲା ଡ୍ୟାମ୍ କ୍ଷତିଗ୍ରସ୍ତ ହୋଇଥିବାରୁ ଏହାକୁ ପାକ୍ ସରକାର ସାମୟିକ ବନ୍ଦ କରିଦେଇଥିବା ସୂଚନା ମିଳୁଛି।

ସିଆଲକୋଟ, ସରଗୋଧା, ମାନସେରା, ଚିତ୍ରାଲ, ମୁଲତାନ, ବାଜାପୁର, ସ୍ୱାତ୍, ସାହିୱାଲ ଅଞ୍ଚଳରେ ବି ବ୍ୟାପକ କ୍ଷୟକ୍ଷତିର ଖବର ପହଞ୍ଚୁଛି। ସ୍ଥିତିର ମୁକାବିଲା ପାଇଁ ପାକିସ୍ତାନ ପିଓକେରେ ଜରୁରୀକାଳୀନ ସ୍ଥିତି ଘୋଷଣା କରିଛି। କ୍ଷତିଗ୍ରସ୍ତ ଅଞ୍ଚଳକୁ ସେନା ସହ ମେଡିକାଲ ଟିମ୍ ପଠାଯାଇଥିବା ସୂଚନା ମିଳିଛି। ରାସ୍ତାଘାଟ ନଷ୍ଟ ହୋଇଯାଇଥିବାରୁ ଉଦ୍ଧାରକାରୀ ଦଳ ପହଞ୍ଚିବାରେ ସମସ୍ୟା ସୃଷ୍ଟି ହୋଇଛି। ମିଳିଥିବା ସୂଚନା ମୁତାବକ ପାକିସ୍ତାନ ରାଜଧାନୀ ଇସଲମାବାଦ୍‌ରୁ ୧୭୩ କିଲୋମିଟର୍ ଦୂର ଜାଟଲାନ୍ ହେଉଛି ଭୂକମ୍ପର କେନ୍ଦ୍ରସ୍ଥଳୀ । ତେବେ ଭୂକମ୍ପର ତୀବ୍ରତାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି।

ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୂକମ୍ପର ତୀବ୍ରତା ୬.୩ ଥିବା କହୁଥିବା ବେଳେ ଆମେରିକା ପାଣିପାଗ ସଂସ୍ଥା ତୀବ୍ରତା ୬.୫ ଥିବା କହୁଛି। ହେଲେ ପାକିସ୍ତାନ ଗଣ ମାଧ୍ୟମରେ ଭୂକମ୍ପ ତୀବ୍ରତା ରିକ୍ଟର ସ୍କେଲରେ ୫.୮ ଥିବା କୁହାଯାଉଛି। ପିଓକେ ଭୀଷଣ କ୍ଷତିଗ୍ରସ୍ତ ହୋଇଥିବାରୁ ପାକିସ୍ତାନ ଜାଣି ଶୁଣି ତଥ୍ୟ ଲୁଚାଉଥିବା ସନ୍ଦେହ ହେଉଛି।

ଆହୁରି ପଢ଼ନ୍ତୁ

କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ରବି କିଶନଙ୍କୁ ମିଳୁଛି କି ହତ୍ୟା ଧମକ ?

ଜେଡିୟୁରେ ମିଶିଲେ ବିହାରର ପୂର୍ବତନ ଡିଜିପି

ଆଜି ଦିନକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଲେ ତା’ଠୁ ଅଧିକ ସୁସ୍ଥ ହେଲେ

ନୀତୀଶଙ୍କ ଦଳରେ ମିଶିବେ ପୂର୍ବତନ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

କରୋନାର ଭୟଙ୍କର ପ୍ରଭାବ ବିଷୟରେ କ’ଣ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ?

‘କୃଷକ ଆତ୍ମନିର୍ଭର ଭାରତର ଆଧାର’

ଭାରତରେ ନାଁ ବଦଳାଇ ଲୋକପ୍ରିୟ ହେଉଛନ୍ତି ଚାଇନିଜ୍ ଆପ୍‌

ଜିଓକୁ ପଛରେ ପକାଇଲା ଏୟାର୍‌ଟେଲ୍‌

ମିରଟରେ ନିର୍ଭୟା ଘଟଣାର ପୁନରାବୃତ୍ତି: ଚଳନ୍ତା ବସ୍‌ରେ ମହିଳାଙ୍କୁ ଗଣଦୁଷ୍କର୍ମ

ଅକ୍ସିଜେନ୍‌ ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିଂଙ୍କ ପରଲୋକ

You might also like