୨୦ ଦିନରେ ତିଆରି ହେଲା ୧୮୦ଫୁଟ ଲମ୍ବା ବ୍ରିଜ

ଡେରାଡୁନ୍‌: ଉତ୍ତରାଖଣ୍ଡ ଚାମୋଲି ଜିଲ୍ଲାରେ ରେକର୍ଡ ସମୟରେ ନିର୍ମାଣ ହେଲା ବେଲି ବ୍ରିଜ୍। ବର୍ଡର ରୋଡ୍‌ସ ଅର୍ଗାନାଇଜେସନ ପକ୍ଷରୁ ମାତ୍ର ୨୦ ଦିନ ମଧ୍ୟରେ ୧୮୦ଫୁଟ ଲମ୍ବର ବ୍ରିଜ ତିଆରି କରାଯାଇଛି । ଫଳରେ ଚାମୋଲି ଜିଲ୍ଲାର ଜଲଜୀବୀ ଓ ପିଥୋରଗଡ ଜିଲ୍ଲାର ମୁନସିୟାରୀ ଅଂଚଳକୁ ଯୋଗାଯୋଗ ହୋଇପାରିବ ।

କିଛି ଦିନଧରି ଲଗାଣ ବର୍ଷା ଯୋଗୁଁ ଏହି ଅଂଚଳ ଗୁଡିକ ବାହ୍ୟ ଜଗତକରୁ ବିଚ୍ଛିନ୍ନ ହୋଇପଡିଥିଲା।  ପ୍ରାୟ ୨୦ରୁ ଅଧିକ ଗାଁ  ଭୂସ୍ଖଳନ ଓ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଥିଲେ। ଜୁଲାଇ ୨୭ରେ ବାଦଲଫଟା ବର୍ଷା ପରେ ଭୂସ୍ଖଳନରେ ୫୦ ମିଟର ଲମ୍ବର ପୋଲ ପୁରା ଭାସି ଯାଇଥିଲା।

ଏହାପରେ ବିଆରଓ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ପୋଲ ନିର୍ମାଣ କାମ ଆରମ୍ଭ ହୋଇଥିଲା। କିନ୍ତୁ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଯୋଗୁଁ ବ୍ରିଜ ନିର୍ମାଣ ପାଇଁ ଯନ୍ତ୍ରାଂଶ ନେବାରେ ପ୍ରତିବନ୍ଧକ ଦେଖାଦେଇଥିଲା। ପୋଲ ନିର୍ମାଣ ପରେ ସୀମାନ୍ତ ଅଂଚଳକୁ ଯୁଦ୍ଧାସ୍ତ୍ର ନେବା ଆଣିବା ପାଇଁ ମଧ୍ୟ ସହାୟକ ହେବ।

You might also like