ମୋ ପୁଅକୁ ବେଡ୍ ଦିଅ, ନହେଲେ ଆତ୍ମହତ୍ୟା କରିବି

କୋଲକାତା: ଦିନକୁ ଦିନ କରୋନା ମହାମାରୀ ଦେଶରେ ବୃଦ୍ଧି ପାଇବାରେ ଲାଗିଛି। ଆକ୍ରାନ୍ତଙ୍କ ସଂଖ୍ୟା ଏତେ ପରିମାଣରେ ବଢ଼ି ବଢ଼ି ଚାଲିଛି ଯେ ଗୋଟେ ଗୋଟେ ରାଜ୍ୟରେ ରୋଗୀଙ୍କ ଚିକିତ୍ସା ପାଇଁ ବେଡ୍ ମଧ୍ୟ ମିଳୁନାହିଁ। ଶେଷରେ ଚିକିତ୍ସା ନପାଇ ରୋଗୀ ମୃତ୍ୟୁବରଣ କରୁଛନ୍ତି। ଏହିପରି ଏକ ଘଟଣା କୋଲକାତାରେ ଦେଖିବାକୁ ମିଳିଛି।

କୋଭିଡ୍-୧୯ ରେ ଆକ୍ରାନ୍ତ ହେବାପରେ ଶୁଭ୍ରଜିତ ଚ୍ଚଟୋପାଧ୍ୟାୟ ନାମକ ଜଣେ ୧୮ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଛି। ସେ ମୃତ୍ୟୁ ପୂର୍ବରୁ ଡାଇବେଟିସରେ ଆକ୍ରାନ୍ତ ଥିଲେ। ତାଙ୍କଠାରେ କରୋନା ଲକ୍ଷଣ ଦେଖାଦେବା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ତିନୋଟି ମେଡିକାଲ ବେଡ୍ ଦେବାକୁ ମନାକରି ଦେଇଥିଲେ। ଫଳରେ ତାଙ୍କର ଚିକିତ୍ସା ଅଭାବରୁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

ତାଙ୍କର ଚିକିତ୍ସା ପାଇଁ ଇଏସଆଇ ଏବଂ ସାଗର ଦତ୍ତ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ବେଡ ନଥିବା କହି ତାଙ୍କୁ ଫେରାଇ ଦିଆଯାଇଥିଲା। କୋଲକାତା ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ମଧ୍ୟ ଶୁଭ୍ରଜିତଙ୍କୁ ବେଡ୍ ଦେବାକୁ ମନାକରି ଦେଇଥିଲା। ଏଣେ ପୁଅକୁ ଚିକିତ୍ସା ନକରାଗଲେ ତାଙ୍କ ମାଆ ଆତ୍ମହତ୍ୟା କରିବେ ବୋଲି କହିବାରୁ ତାଙ୍କୁ ବେଡ୍ ଦିଆଯାଇଥିଲା। କିନ୍ତୁ ସେତେବେଳକୁ ବହୁ ବିଳମ୍ବ ହୋଇସାରିଥିଲା। ଶେଷରେ ଚିକିତ୍ସା ଅଭାବରୁ ତାଙ୍କର ମୃତ୍ୟୁ ହୋଇଥିବା ତାଙ୍କ ବାପା ଅଭିଯୋଗ ଆଣିଛନ୍ତି।

ଆହୁରି ପଢ଼ନ୍ତୁ

ମୋଦି ସରକାରଙ୍କ EIA ଡ୍ରାଫ୍ଟକୁ ରାହୁଲ ଗାନ୍ଧିଙ୍କ ବିରୋଧ

ଆଣ୍ଡାମାନ ନିକୋବରକୁ ପ୍ରଧାନମନ୍ତ୍ରୀ ଦେଲେ ବଡ଼ ଉପହାର

୧୪ ବର୍ଷ ପରେ ମିଳିଲା ହଜି ଯାଇଥିବା ପର୍ସ, ଆଉ ସେଥିରୁ ବାହାରିଲା…

ସାବଧାନ ! ବିନା ଅର୍ଡରରେ ଘରେ ପହଞ୍ଚୁଛି କି ବିହନ ପ୍ୟାକେଟ ? ଭୁଲ୍‌ରେ ବି ଖୋଲନ୍ତୁନି

ଉଦ୍ଧାର ହେଲା ବିରଳ ପ୍ରଜାତିର ବିଷାକ୍ତ ସାପ

୨୪ ଘଣ୍ଟାରେ ଦେଶରେ ୬୨ ହଜାର ୬୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ପକ୍ଷୀମାନଙ୍କୁ ଦାନା ଖାଇବାକୁ ଦେଉଛି ଏକ ବର୍ଷର ଶିଶୁ, ଫଟୋ ଭାଇରାଲ

ବିଷ ଇଞ୍ଜେକ୍ସନ ଦେଇ ୧୧ ପାକିସ୍ତାନ ଶରଣାର୍ଥୀଙ୍କୁ ହତ୍ୟା କରାଯାଇଥିଲା

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ କରୋନା

ମାଟି ତଳୁ ଶୁଭିଲା କାନ୍ଦିବାର ଶବ୍ଦ, ଆଉ ତା’ପରେ…

ଏକ ମାସର ଶିଶୁ ଦେଲା କରୋନାକୁ ମାତ୍‌, ମା’ କ୍ଷୀରକୁ ଡାକ୍ତର କଲେ ଅସ୍ତ୍ର

ଆୟରଲ୍ୟାଣ୍ଡ୍‌ରୁ ଫୋନ୍‌ ଆସିଲା ଦିଲ୍ଲୀ, ଆତ୍ମହତ୍ୟା ଉଦ୍ୟମ କରିବାକୁ ଯାଉଛନ୍ତି ଜଣେ ବ୍ୟକ୍ତି, ତା’ପରେ…

You might also like