ଆଜିଠୁ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ। କୋଭିଡ୍ ପାଇଁ ସଂସଦର ଉଭୟ ଗୃହରେ ଯଥେଷ୍ଟ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ସାମାଜିକ ଦୂରତା ସହ ସଦସ୍ୟଙ୍କ ବସିବା ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ପେପର୍ ବଦଳରେ ଗୃହ କାର୍ଯ୍ୟକୁ ଡିଜିଟାଲ୍ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।

ଚଳିତ ଅଧିବେଶନରେ ଭାରତ-ଚୀନ୍ ସୀମା ବିବାଦ ଓ ଅର୍ଥନୀତି ଦୂରାବସ୍ଥା ମୁଖ୍ୟ ପ୍ରସଙ୍ଗ ହୋଇପାରେ। ଏହାକୁ ନେଇ ସରକାରଙ୍କୁ ଘେରିବାକୁ ଯୋଜନା କରିଛନ୍ତି ବିରୋଧୀ। ଏହାସହ ନୂଆ ଶିକ୍ଷା ନୀତି, କରୋନା ପରିଚାଳନା ପ୍ରସଙ୍ଗ ବି ଉଠିପାରେ। ତେବେ ଗଲ୍‌ଓ୍ୱାନ୍‌ ଘାଟିରେ ହୋଇଥିବା ସଂଘର୍ଷ ଘଟଣାରେ ସରକାର ବିବୃତି ଜାରି କରିପାରନ୍ତି।

୧୮ ଦିନିଆ କାର୍ଯ୍ୟଦିବସ ବିଶିଷ୍ଟ ମୌସୁମୀ ଅଧିବେଶନ ଅକ୍ଟୋବର ୧ ତାରିଖରେ ଶେଷ ହେବ। କରୋନା ପାଇଁ ଏଥର ରାଜ୍ୟସଭା ଓ ଲୋକସଭା ସିଫ୍ଟ ଅନୁସାରେ ବସିବ।

ଆଜି ସକାଳ ୯ଟାରୁ ଅପରାହ୍ଣ ୧ଟା ଯାଏ ଲୋକସଭା ଅଧିବେଶନ ହେବାକୁ ଥିବାବେଳେ ଅପରାହ୍ନ ୩ଟାରୁ ସଂଧ୍ୟା ୭ଯାଏ ରାଜ୍ୟସଭା ଅଧିବେଶନ୍ ବସିବ। ଅଧିବେଶନ ପୂର୍ବରୁ ହେଉଥିବା ସର୍ବଦଳୀୟ ବୈଠକକୁ ଏଥର ବାତିଲ କରାଯାଇଛି। ୨୦ ବର୍ଷ ପରେ ଚଳିତ ବର୍ଷ କରୋନା ପାଇଁ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ବସିନାହିଁ।

ଗତକାଲି ବାଚସ୍ପତି ଓମ୍ ବିର୍ଲାଙ୍କ ଅଧ୍ୟକ୍ଷତାରେ ଲୋକସଭା କାର୍ଯ୍ୟ ପରାମର୍ଶଦାତା ସମିତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରଶ୍ନକାଳ ଉଚ୍ଛେଦ, ଶୂନ୍ୟକାଳ କାଣ୍ଟଛାଣ୍ଟ ଉପରେ ଆଲୋଚନା ହୋଇଥିଲା। ଏପଟେ ଅଧିବେଶନ ପୂର୍ବରୁ ସମସ୍ତ ସାଂସଦଙ୍କ କୋଭିଡ୍ ଟେଷ୍ଟ ପାଇଁ ନିର୍ଦ୍ଦେଶ ଦିଆଯାଇଥିବାରୁ ଟେଷ୍ଟ୍‌ରେ ୫ ସାଂସଦଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି।

ଆହୁରି ପଢ଼ନ୍ତୁ

COVID-19କୁ ନେଇ ବଢିଲା ଚିନ୍ତା; ରୂପ ବଦଳାଇ ସୁସ୍ଥ ହୋଇଥିବା ରୋଗୀଙ୍କ ଶରୀରରେ ପୁଣି ସଂକ୍ରମିତ ହେଉଛିି କରୋନା ଭାଇରସ୍‌୍‌

୨୪ ଘଣ୍ଟାରେ ୯୩, ୩୩୭ କରୋନା ଆକ୍ରାନ୍ତ ଚିହ୍ନଟ

ରେଡ୍‌ ବେଳେ ୯ ଆତଙ୍କବାଦୀ ଗିରଫ, ଦେଶରେ ବଡ଼ ଧରଣର ହମ୍‌ଲା ପାଇଁ କରିଥିଲେ ଯୋଜନା

କରୋନା ଭ୍ୟାକ୍‌ସିନ୍‌ ପରେ ଔଷଧ ତିଆରି କଲା ଋଷ

ପ୍ଲେ’ ଷ୍ଟୋରକୁ ପୁଣି ଫେରିଲା Paytm

ଚୀନକୁ ଆଉଏକ ଝଟ୍‌କା, ଏହି ଦେଶରେ ବି ବ୍ୟାନ୍ ହେଲା TikTok

ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିରାଟ୍, ଜବାବରେ ପ୍ରଧାନମନ୍ତ୍ରୀ କହିଲେ…

ଡ୍ରଗ୍ସ ଲିଙ୍କ୍ ମାମଲାରେ ଆଉଜଣେ ପେଡଲର୍ ଗିରଫ

ଏଣିକି କୁକୁରଙ୍କ ପାଇଁ ବ୍ଲଡ୍ ବ୍ୟାଙ୍କ୍

ମୃତ୍ୟୁ ପୂର୍ବରୁ ଶେଷଥର ପାଇଁ କାହାକୁ କଲ୍‌ କରିଥିଲେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ?

କରୋନା ପଜିଟିଭ୍‌ କହି ପତ୍ନୀଙ୍କ ପାଖରୁ ଖସିଗଲେ, ଗର୍ଲଫ୍ରେଣ୍ଡ୍‌ଙ୍କ ସହ ଧରାପଡ଼ିଲେ

ନୂଆ କୃଷି ବିଲ୍‌‌କୁ କାହିଁକି ଡରୁଛନ୍ତି ଚାଷୀ ?

You might also like