ଲକ୍‌ଡାଉନ୍‌ ଯୋଗୁ ଫସିଥିବା ୧୭୯ ପାକିସ୍ତାନୀ ନାଗରିକଙ୍କୁ ସ୍ୱଦେଶ ପଠାଇଲା ଭାରତ

ନୂଆଦିଲ୍ଲୀ: ସ୍ୱେଦେଶ ପ୍ରତ୍ୟାବର୍ତ୍ତନ କଲେ ୧୭୯ ପାକିସ୍ତାନୀ ନାଗରିକ। ଲକ୍‌ଡାଉନ୍ ଯୋଗୁଁ ଭାରତରେ ଫସି ରହିଥିବା ୧୭୯ ଜଣ ପାକିସ୍ତାନୀ ନାଗରିକ ଏବେ ନିଜ ଦେଶକୁ ଫେରିଛନ୍ତି। ବୈଦେଶିକ ମନ୍ତ୍ରାଳୟର ଉଦ୍ୟମରେ ପାକିସ୍ତାନୀ ନାଗରିକମାନେ ନିଜ ଦେଶକୁ ଫେରିପାରିଛନ୍ତି।

ମଧ୍ୟ ପ୍ରଦେଶ, ଛତିଶଗଡ଼, ଦିଲ୍ଲୀ, ମହାରାଷ୍ଟ୍ର, ହରିୟାଣା, ଉତ୍ତର ପ୍ରଦେଶ ଭଳି ବିଭିନ୍ନ ରାଜ୍ୟରେ ଫସି ରହିଥିବା ପାକିସ୍ତାନୀ ନାଗରିକଙ୍କୁ ନିଜ ଦେଶକୁ ପଠାଇ ଦେଇଛି ଭାରତ।

ଏ ନେଇ ପୂର୍ବରୁ ଅମ୍ରିତସର ପୋଲିସ କମିଶନରଙ୍କ ସହ ଭାରତୀୟ ବୈଦେଶିକ ମନ୍ତ୍ରାଳୟକଥା ହୋଇଥିଲା। ଅଧିକାଂଶ ପାକିସ୍ତାନୀ ସେମାନଙ୍କ ସଂପର୍କୀୟଙ୍କୁ ଭେଟିବା ପାଇଁ ଭାରତ ଆସିଥିଲେ। ମାତ୍ର ଲକ୍‌ଡାଉନ୍ ଯୋଗୁ ଆଉ ଫେରିପାରିନଥିଲେ। ଭାରତ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଅନୁମତି ମିଳିବା ପରେ ଅଟାରୀ ସୀମା ଦେଇ ସମସ୍ତଙ୍କୁ ପାକିସ୍ତାନ ପଠାଇ ଦିଆଯାଇଛି।

ଅନ୍ୟପଟେ ପାକିସ୍ତାନରେ ମଧ୍ୟ ୮୦ଛାତ୍ରଛାତ୍ରୀଙ୍କ ସହ କେତେକ ଭାରତୀୟ ଫସି ରହିଛନ୍ତି। ତେବେ ପାକିସ୍ତାନ ସେମାନଙ୍କୁ କେବେ ଭାରତ ପଠାଇବା ପାଇଁ ବ୍ୟବସ୍ଥା କରିବ ସେ ନେଇ କୌଣସି ସୂଚନା ଦେଇନାହିଁ।

You might also like