ବିଶ୍ୱର ସବୁଠାର ଲମ୍ବା ଗୋଡ଼ ଥିବା ଯୁବତୀ; ଉଚ୍ଚତା କେତେ ଜାଣନ୍ତି ?

ନୂଆଦିଲ୍ଲୀ:ପୃଥିବୀର ସବୁଠାରୁ ଲମ୍ବା ଗୋଡ ଥିବା ଯୁବତୀଙ୍କୁ ଜାଣନ୍ତି ? ସେ ହେଉଛନ୍ତି ମାକି କୁରିନ (Maci Currin) । ୧୭ ବର୍ଷର ଏହି ନାବାଳିକା ଜଣକ ନିଜ ଲମ୍ବା ଗୋଡ଼ ପାଇଁ ଗିନିଜ ବୁକ୍‌ରେ ନିଜ ନାଁ ସାମିଲ କରାଇ ପାରିଛନ୍ତି।

ମାକି ଆମରିକାର ଟେକ୍ସାସ ଅଞ୍ଚଳରେ ରୁହନ୍ତି। ତାଙ୍କର ଉଚ୍ଚତା ୬ ଫୁଟ ୧୦ ଇଞ୍ଚ। ମାକିଙ୍କ ଡାହାଣ ଗୋଡ ୫୩.୨୫୫ ଇଞ୍ଚ ହୋଇଥିବାବେଳେ ବାମ ଗୋଡର ଲମ୍ବ ୫୨.୮୭୫ ଅଟେ। ଋଷର ଏକାତେରିନା ଲିସିନା ପୂର୍ବରୁ ଲମ୍ବା ଗୋଡ଼ ପାଇଁ ରେକର୍ଡ କରିଥିଲେ। ୫୨.୨ ଲମ୍ବା ତାଙ୍କର ଗୋଡ ରେକର୍ଡ କରିଥିଲା। ହେଲେ ମାକି ଲିସିନାଙ୍କର ରେକର୍ଡ ଭାଙ୍ଗିଛନ୍ତି।

 

ଗିନିଜ ୱାର୍ଲଡ ରେକର୍ଡ ୱେବସାଇଟ୍‌ ଅନୁସାରେ, ମାକି କ୍ୟୁରିନ କହିଛନ୍ତି, ‘ଯେଉଁମାନଙ୍କ ଶରୀରରେ ଅସାମାନ୍ୟ ଲକ୍ଷର ଦେଖିବାକୁ ମିଳୁଛି ସେମାନେ ନିଜକୁ  ନ୍ୟୁନ ବୋଲି ଭାବିକାର କିଛି କାରଣ ନାହିଁ। ସେମାନେ ନିଜକୁ ଅନ୍ୟମାନଙ୍କଠାରୁ ଦୂରେଇ ରଖିବାର ଆବଶ୍ୟକତା ନାହିଁ। ମୋର ଏହି ବିଶ୍ୱ ରେକର୍ଡ ସମସ୍ତ ମହିଳାଙ୍କୁ ପ୍ରେରଣ ଯୋଗାଇବା ।

ଅନ୍ୟପକ୍ଷେ ମାକିଙ୍କ ମା’ କୁହନ୍ତି, ପିଲାବେଳୁ ସେ ଜାଣି ପାରିଥିଲେ ଯେ, ସାଧାରଣ ଶିଶୁଙ୍କଠାରୁ ମାକିଙ୍କ ଶରୀରର ଲମ୍ବା ଅଧିକ। ମାକି ଯେତେବେଳେ ୧୮ମାସର ଥିଲେ, ତାଙ୍କ ଉଚ୍ଚତା ଥିଲା ୨ ଫୁଟ ୧୧ ଇଞ୍ଚ।

ତେବେ ଏକଥା ସତ ଯେ, ନିଜର ଏହି ଲମ୍ବା ଗୋଡ ପାଇଁ ମାକି ବେଳେବେଳେ ଅସୁବିଧାରେ ବି ପଡ଼ନ୍ତି। ବ

You might also like