ଯୁକ୍ତି ଦୁଇ ଛାତ୍ରଙ୍କ କମାଲ; ମାତ୍ର କେଇ ମିନିଟ୍‌ରେ ଜଣାପଡ଼ିବ କରୋନା ରିପୋର୍ଟ

ନୂଆଦିଲ୍ଲୀ: ମାନବ ସମ୍ବଳ ବିକାଶ ମନ୍ତ୍ରଳାୟ ଦ୍ୱାରା ଆୟୋଜିତ ଆତ୍ମନିର୍ଭର ଭାରତ ଆଇଡିଆଥୋନ୍‌ର ସସ୍‌ଷ୍ଟେନେବଲ ଏନ୍‌ଭାରମେଣ୍ଟ କ୍ୟାଟେଗୋରୀର ବିଜୟୀ ହୋଇଛନ୍ତି ଦିଲ୍ଲୀ ଆର୍‌କେ ପୁରମର ଆର୍ଯ୍ୟନ୍‌ ଗୁଲାଟି। କାରଣ ସେ ଏମିତି ଏକ ଚମତ୍କାର କରି ଦେଇଖାଇଛନ୍ତି ଯାହାଦ୍ୱାରା ମାତ୍ର କେଇ ମିନିଟ୍‌ରେ କୋଭିଡ୍‌-୧୯ ରୋଗକୁ ଚିହ୍ନିବା ସହିତ ଫୁସ୍‌ଫୁସ୍ ସମ୍ବନ୍ଧିୟ ଅନ୍ୟ ରୋଗକୁ ମଧ୍ୟ ଚିହ୍ନାଯାଇପାରିବ।

ଯୁକ୍ତ ଦୁଇରେ ପଢ଼ୁଛନ୍ତି ଆର୍ଯ୍ୟନ। ହେଲେ ଏତେ କମ୍‌ ବୟସରେ ଚମତ୍କାର ଆବିଷ୍କାର କରି ଦେଖାଇଛନ୍ତି ସେ। ଆର୍ଯ୍ୟନ LungAI ନାମରେ ଏକ ୱେବ୍‌ବେସ୍ଡ ଆପ୍ଲିକେସନର ତିଆରି କରିଛନ୍ତି। ଏହାଦ୍ୱାରା କୋଭିଡ-୧୯ ରୋଗ ସହିତ ଫୁସ୍‌ଫୁସ୍ ସମ୍ବନ୍ଧୀୟ ରୋଗ, ଯଥା ଫୁସ୍‌ଫୁସ୍ କର୍କଟ ଠାରୁ ଆରମ୍ଭ କରି ନିମୋନିଆ ଓ ଯଖମା ଭଳି ରୋଗକୁ ମଧ୍ୟ ଚିହ୍ନିପାରିବ। ଏନେଇ ଆର୍ଯ୍ୟନ୍‌କୁ ସାରା ଦେଶରେ ପ୍ରଶଂସା କରାଯାଉଛି।

କେମିତି କାମ କରିବ ଏହି ୱେବ୍‌ସାଇଟ୍ ?

ଫୁସ୍‌ଫୁସ୍‌ ସମ୍ବନ୍ଧୀୟ ରୋଗ ବିଷୟରେ ଜାଣିବାକୁ ହେଲେ ଛାତିର ଏକ୍ସରେ ଓ ସିଟି ସ୍କାନ୍‌କୁ ୱେବ୍‌ସାଇଟ୍‌ରେ ଅପ୍‌ଲୋଡ କରିବାକୁ ପଡ଼ିବ। ମାତ୍ର ୩ରୁ ୫ ସେକେଣ୍ଡ ମଧ୍ୟରେ ଆପଣଙ୍କୁ ରେଜଲ୍ଟ ମିଳିଯିବ। ତେବେ ୯୦ ପ୍ରତିଶତ ପରୀକ୍ଷାରେ ଆର୍ଯ୍ୟନ୍‌ଙ୍କର ଏହି ୱେବ୍‌ସାଇଟ୍‌ ସଠିକ୍ ସାବ୍ୟସ୍ତ ହୋଇଛି।

ଏହା ବ୍ୟତୀତ, ୱେବସାଇଟରେ ସ୍ୱୟଂଚାଳିତ ମେସେଜିଂ ସିଷ୍ଟମ ମାଧ୍ୟମରେ ଆପଣ ଆଣପଙ୍କ ରିପୋର୍ଟକୁ ଛବି ସହିତ ବିଭିନ୍ନ ଡାକ୍ତର ଏବଂ ଡାକ୍ତରଖାନାକୁ ପଠାଇ ପାରିବେ। ତା ସହିତ ୱେବ୍‌ସାଇଟ୍‌ରେ ଅହୁରି ଅନେକ ସୁବିଧା ଦିଆଯାଇଛି। ଯଦି ଜଣେ କରୋନା ପଜିଟିଭ୍‌ ଜଣାପଡ଼ିଲେ ତେବେ ୱେବ୍‌ସାଇଟ୍‌ ରୋଗୀଙ୍କୁ ନିକଟସ୍ତ ହସ୍‌ପିଟାଲ୍‌ର ସୂଚନା ଦେବା ସହିତ ଚିକିତ୍ସା ସୂଚନା ମଧ୍ୟ ଦେବ। ଯଦି ରିପୋର୍ଟ ନେଗେଟିବ୍ ଆସିଲା ତେବେ ରୋଗୀ ଜଣକ ୱେବ୍‌ସାଇଟ୍‌ରେ ଫୁସ୍‌ଫୁସ୍‌ ଜନିତ ଅନ୍ୟ ସମସ୍ୟା ବିଷୟରେ ଚେକ୍ କରିପାରିବେ।

 

ଆହୁରି ପଢ଼ନ୍ତୁ

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

ବାପାଙ୍କ ସହ ମିଶି ଅଷ୍ଟମ ଶ୍ରେଣୀର ଛାତ୍ର କଲା ନିଆରା ଉଦ୍ଭାବନ

You might also like