କରୋନା ଅପଡେଟ୍: ବଢ଼ୁଛି ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ କରୋନାରେ ୧୦ ହଜାର ୯୭୪ ଜଣ ଆକ୍ରାନ୍ତ ହୋଇଛନ୍ତି। ସେହିପରି ମୃତ୍ୟୁ ସଂଖ୍ୟା ଗୋଟିଏ ଦିନରେ ୨ ହଜାର ପାର କରିଛି।

ଗତ ୨୪ ଘଣ୍ଟାରେ ୨ ହଜାର ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ୍ ସଂଖ୍ୟା ୧୧ହଜାର ୯୦୩କୁ ବୃଦ୍ଧି ପାଇଛି। ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୫୪ ହଜାର ୬୫କୁ ପହଞ୍ଚିଛି।

ମହାରାଷ୍ଟ୍ର ଏବଂ ଦିଲ୍ଲୀରେ ସ୍ଥିତି ଅଧିକ ସଙ୍ଗିନ ହୋଇପଡ଼ିଛି। ମହାରାଷ୍ଟ୍ରରେ ୧ ଲକ୍ଷ ୧୩ ହଜାର ୪୪୫ ଆକ୍ରାନ୍ତ ହୋଇଥିବା ବେଳେ ୫ ହଜାର ୫୩୭ଜଣଙ୍କ ମୃତ୍ୟୁ ହୋଇଛି।

ଗୁଜରାଟରେ ୧୫ଶହ ୩୩, ଦିଲ୍ଲୀରେ ୧୮ଶହ ୩୭, ପଶ୍ଚିମବଙ୍ଗରେ ୪୯୫ ଜଣଙ୍କ ମୃତ୍ୟୁ ହୋଇଛି।  ସେପଟେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତୈନ୍ଦ୍ର ଜୈନ୍‌ ଓ ଆପ୍‌ ବିଧାୟିକା ଆତିଶୀଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି।

You might also like