କେରଳ ବିମାନ ଦୁର୍ଘଟଣା: ଦୁଇଖଣ୍ଡ ହୋଇଗଲା ବିମାନ, ପାଇଲଟ୍‌ଙ୍କ ସମେତ ୧୭ ମୃତ

ଥିରୁଭନନ୍ତପୁରମ୍‌: କେରଳର କୋଝିକୋଡ୍‌ରେ‌ ବିମାନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି। ଏଥିରେ ୨ ଜଣ ପାଇଲଟ୍ ଓ ୧୫ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି। ୧୧୨ରୁ ଅଧିକ ଯାତ୍ରୀଙ୍କୁ କୋଝିକୋଡ୍‌ର ବିଭିନ୍ନ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଗୁରୁତରଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି।

ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ପାଇଲଟ୍ ହେଉଛନ୍ତି ୱିଙ୍ଗ୍ କମାଣ୍ଡର ଦୀପକ ବସନ୍ତ ସାଥେ ଓ କ୍ୟାପଟେନ୍ ଅଖିଲେଶ କୁମାର। ୱିଙ୍ଗ୍ କମାଣ୍ଡର ଦୀପକ ଭାରତୀୟ ବାୟୁ ସେନାରୁ ଅବସର ନେବା ପରେ ଏୟାର ଇଣ୍ଡିଆରେ ଯୋଗ ଦେଇଥିଲେ। ବୋଇଂ ୭୩୭ ବିମାନ୍‌କୁ ଦକ୍ଷତାର ସହ ଉଡ଼ାଇବା ଏବଂ ଜଣେ ଅଭିଜ୍ଞ ପାଇଲଟ୍ ଭାବେ ଜଣାଶୁଣା ଚେହେରା ହେଉଛନ୍ତି ୱିଙ୍ଗ୍ କମାଣ୍ଡର ଦୀପକ।

ସୂଚନାଥାଉ କି, ଗତକାଲି ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର IX-1344 ବିମାନ ଦୁବାଇରୁ ବନ୍ଦେ ଭାରତ ମିଶନ୍‌ରେ ୧୮୪ ଜଣ ଯାତ୍ରୀଙ୍କୁ ଧରି କାଲିକଟ୍‌କୁ ଆସୁଥିଲା। ବିମାନରେ ୧୭୪ଜଣ ଯାତ୍ରୀ, ୧୦ଜଣ ଶିଶୁ, ୨ଜଣ ପାଇଲଟ୍‌ ଓ ୪ଜଣ କ୍ୟାବିନ୍ crew ମେମ୍ବରର୍ସ ଥିଲେ।

ଗତକାଲି ସନ୍ଧ୍ୟା ୭ଟା ୪୦ ମିନିଟ୍‌ରେ କୋଝିିକୋଡ୍‌ର କାରିପୁର ଏୟାରପୋର୍ଟରେ ଅବତରଣ ବେଳେ ବିମାନଟି କ୍ରାଶ୍‌‌ କରି ଯିବାରୁ ଏହି ଭୟଙ୍କର ଦୁର୍ଘଟଣା ଘଟିଥିଲା।  ବିମାନଟି କ୍ରାଶ୍‌ ଲ୍ୟାଣ୍ଡିଂ କରିଥିଲା। ଫଳରେ ବିମାନଟି ଦୁଇ ଖଣ୍ଡ ହୋଇଯାଇଥିଲା।

ଆହୁରି ପଢ଼ନ୍ତୁ

କରୋନା ଆକ୍ରାନ୍ତ ବି ଦେବେ ଭୋଟ୍

ଲଦାଖରେ ବଡ଼ ଧରଣର ଭୂକମ୍ପ

୧୬ ବର୍ଷର ଝିଅ ଆକାଉଣ୍ଟରେ ୧୦ କୋଟି ଟଙ୍କା !

ସାଧାରଣ ଲୋକଙ୍କୁ ଦିଆଗଲା ଋଷ ଭାକ୍ସିନ୍‌ ‘ସ୍ପୁଟନିକ ଭି’

ଏନ୍‌କାଉଣ୍ଟରରେ ଦୁଇ ଲସ୍କର ଆତଙ୍କୀ ନିହତ

Bihar Election 2020 Date:୩ଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ, ଭୋଟ୍‌ ଗ୍ରହଣ ସମୟ ସୀମା ୧ ଘଣ୍ଟା ବୃଦ୍ଧି

ଅକ୍ଟୋବରରେ ହେବ ଭାରତ ପ୍ରସ୍ତୁତ ’କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ଦକ୍ଷିଣ କୋରିଆ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିବା ପରେ ଜାଳିଦେଲେ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ଭାରତରେ Harley-Davidsonର ପ୍ରଡକ୍ଟ ଓ ସେଲ୍ ବନ୍ଦ

ଗଲୱାନ ସଂଘର୍ଷରେ କେତେ ସୈନିକଙ୍କୁ ହରାଇଛି, ହିସାବ ଦେଲା ଚୀନ

୧୨ ବର୍ଷର ନାବାଳକଙ୍କ ସମେତ ୩ ଜଣଙ୍କ ଉପରେ ଚଢ଼ିଗଲା ବସ୍‌

You might also like