• translate
Minati Mishra

କାବୁଲ୍‌: ଆଫଗାନ୍‌ସ୍ଥାନର ବାମିୟାନ ସହରରେ ମଙ୍ଗଳବାର ହୋଇଥିବା ୨ଟି ବିସ୍ଫୋରଣରେ ଅତି କମ୍‌ରେ ୧୭ ଜଣଙ୍କର ମୃତ୍ୟୁ ଘଟିଛି। ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ବାମିୟାନ  ଆଫଗାନିସ୍ଥାନର ସବୁଠାରୁ ସୁରକ୍ଷିତ ପ୍ରାନ୍ତ । ମୃତକଙ୍କ ମଧ୍ୟରେ ସାଧାରଣ ଲୋକ ଓ ଜଣେ ଟ୍ରାଫିକ ପୋଲିସ ଅଛନ୍ତି। ବୋମା ରାସ୍ତାକଡ଼ରେ ଲୁଚାଇ ରଖାଯାଇଥିଲା ଏବାଂ ପରବର୍ତ୍ତୀ ସମୟରେ ବଡ ଧରଣର ବିସ୍ଫୋରଣ ଘଟିଥିଲା।

ଏହି ବିସ୍ଫୋରଣ ପରେ ରାଷ୍ଟ୍ରପତି ଅଶରଫ ଗନୀ  କହିଛନ୍ତି, ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ପାଇଁ ସଚେତନତା ଆବଶ୍ୟକ। ସ୍ଥାନୀୟ ଅଧିକାରୀଙ୍କ କହିବା ଅନୁଯାୟୀ, ବାମିୟାନ ସହରର ବଜାର ଅଞ୍ଚଳରେ ବିସ୍ଫୋରଣ ହୋଇଥିଲା। ଏହା ଦ୍ୱାରା ସେଠାରେ ଗାଡ଼ି ଏବଂ ଦୋକାନବଜାର କ୍ଷତିଗ୍ରସ୍ତ ହୋଇଥିଲା।

ଏହି ସହର ବାମିୟାନର ମଧ୍ୟଭାଗରେ ରହିଛି। ବର୍ତ୍ତମାନ ସୁଦ୍ଧା କୌଣସି ସଂସ୍ଥା ଏଥିପାଇଁ ନିଜକୁ ଦାୟୀ କରି ନାହାନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଦୀର୍ଘଦିନ ଧରି ଚାଲି ଆସୁଥିବା ହିଂସାକୁ ବନ୍ଦ କରି ଶାନ୍ତି ପ୍ରତିଷ୍ଠା ପାଇଁ ଯେତେବେଳେ ତାଲିବାନ ପ୍ରତିନିଧି ଏବଂ ସରକାରୀ ମଧ୍ୟସ୍ଥି ଆଲୋଚନା ଚାଲିଥିଲା ଠିକ୍‌ ସେତିକିବେଳେ ହିଁ ବିସ୍ଫୋରଣ ହୋଇଥିଲା।

 

Other Stories