ନାବାଳିକାକୁ ମାସ ମାସ ଧରି ଦୁଷ୍କର୍ମ ଅଭିଯୋଗ
ଚେନ୍ନାଇ: ଚେନ୍ନାଇର ଏକ ଆପାର୍ଟମେଣ୍ଟରେ ଜଣେ ନାବାଳିକାକୁ ମାସ ମାସ ଧରି ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ ଆପାର୍ଟମେଣ୍ଟର ସିକ୍ୟୁରିଟି ଗାର୍ଡ ସହ ୧୭ଜଣଙ୍କୁ ଗିରଫ କରିଛି।
ସପ୍ତମ ଶ୍ରେଣୀରେ ପଢୁଥିବା ଛାତ୍ରୀଜଣଙ୍କୁ ମୃଦୁ ପାନୀୟରେ ନିଶା ମିଶାଇ ପିଆଇବା ପରେ ସେମାନେ ଗଣଦୁଷ୍କର୍ମ କରିଥିଲେ। ଏନେଇ ନାବାଳିକା ତାଙ୍କ ପରିବାର ଲୋକଙ୍କୁ ଜଣାଇବା ପରେ ପୋଲିସରେ ଅଭିଯୋଗ ହୋଇଥିଲା। ଘଟଣାର ତଦନ୍ତ କରି ପୋଲିସ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ୧୭ଜଣଙ୍କୁ ଗିରଫ କରିଛି।