୧୬୯ ଜଣଙ୍କ ଜୀବନ ନେଲାଣି କରୋନା

ନୂଆଦିଲ୍ଲୀ: ମହାରାଷ୍ଟ୍ର, ଦିଲ୍ଲୀ ଓ ତାମିଲନାଡ଼ୁରେ ସ୍ଥିତି ଜଟିଳ ହେବାରେ ଲାଗିଛି। ସେପଟେ ଆଜି ଇନ୍ଦୋରରେ କରୋନା ସଂକ୍ରମିତ ହୋଇଥିବା ପ୍ରଥମ ଡାକ୍ତରଙ୍କ ମୃତ୍ୟୁ ଘଟିଛି।

ଦେଶରେ କରୋନା ସ୍ଥିତି ଦେଖିବାକୁ ଗଲେ, ଗତ ୨୪ ଘଣ୍ଟାରେ ନୂଆ ୫୪୦ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୮୬୫ ରହିଛି। ସେମାନଙ୍କ ମଧ୍ୟରେ ୭୧ ଜଣ ବିଦେଶୀ ନାଗରିକ ରହିଛନ୍ତି। ଦେଶରେ ମୃତ୍ୟୁ ସଂଖ୍ୟା ୧୬୯କୁ ବୃଦ୍ଧି ପାଇଛି।

ସେପଟେ ରେଳ ବିଭାଗ ପକ୍ଷରୁ ଡାକ୍ତରୀ ଟିମ୍ ସହ ୫ ହଜାର ଟ୍ରେନ କୋଚ୍‌ରେ ୮୦ ହଜାର ଆଇସୋଲେସନ ବେଡ୍ ବ୍ୟବସ୍ଥା କରାଯାଉଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ କହିଛନ୍ତି।

You might also like