ମହାରାଷ୍ଟ୍ର ରାଜଭବନରେ ପଶିଲା କରୋନା: ୧୬ ଷ୍ଟାଫ୍ ପଜିଟିଭ୍
ମୁମ୍ବାଇ: ମହାରାଷ୍ଟ୍ର ରାଜଭବନରେ ପଶିଲା କରୋନା। ରାଜଭବନର ୧୬ ଜଣ ଷ୍ଟାଫଙ୍କର ସ୍ୱାବ୍ ରିପୋର୍ଟ ପଜିଟିଭ୍ ଆସିଛି। ଏହାପରେ ରାଜ୍ୟପାଳ ଭଗତ ସିଂ କୋଶିଆରିଙ୍କୁ ଆଇସୋଲେସନ୍କୁ ପଠାଯାଇଛି। ମହାରାଷ୍ଟ୍ର ରାଜଭବନର ୧୦୦ ଜଣଙ୍କର ସ୍ୱାବ୍ ଟେଷ୍ଟ ହୋଇଥିଲା। ସେମାନଙ୍କ ମଧ୍ୟରୁ ୫୫ ଜଣଙ୍କର ରିପୋର୍ଟ ଆସିଥିବା ବେଳେ ୧୬ ଜଣଙ୍କର ପଜିଟିଭ୍ ଆସିଛି।
ଗତକାଲି ମୁମ୍ବାଇରେ ରହୁଥିବା ବଲିଉଡ୍ର ଭେଟେରାନ୍ ଅଭିନେତା ବିଗ୍ବି ଅମିତାଭ ବଚ୍ଚନ(୭୭) ଓ ତାଙ୍କ ପୁଅ ଅଭିଷେକ ବଚ୍ଚନଙ୍କ(୪୪) କରୋନା ରିପୋର୍ଟ ପଜିଟିଭ୍ ଆସିଛି। ଉଭୟଙ୍କୁ ମୁମ୍ବାଇର ନାନାବତୀ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ତେବେ ଅମିତାଭଙ୍କ ବହୂ ଐଶ୍ୱର୍ଯ୍ୟା ଓ ପତ୍ନୀ ଜୟାଙ୍କ ରିପୋର୍ଟ ନେଗେଟିଭ୍ ଆସିଛି।
ସାରା ଦେଶରେ କରୋନାରେ ଅଧିକ କ୍ଷତିଗ୍ରସ୍ତ ହୋଇଛି ମହାରାଷ୍ଟ୍ର। ଗୋଟିଏ ଦିନରେ ରାଜ୍ୟରେ ୭,୮୬୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରେକର୍ଡ କରାଯାଇଛି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୩୮,୪୧୬ ରହିଥିବା ବେଳେ ଆକ୍ଟିଭ୍ କେଶ୍ ରହିଛି ୯୫,୬୪୭ । ଏଥିପାଇଁ ମହାରାଷ୍ଟ୍ର ସରକାର ପୁଣେକୁ ୧୦ ଦିନ ପର୍ଯ୍ୟନ୍ତ ଲକ୍ଡାଉନ୍ ଘୋଷଣା କରିଛନ୍ତି। ଜୁଲାଇ ୧୩ରେ ଲକ୍ଡାଉନ୍ ଖୋଲିବ। ଠାଣେରେ ବି ଲକ୍ଡାଉନ୍ ବଢ଼ାଇ ଜୁଲାଇ ୧୯ ପର୍ଯ୍ୟନ୍ତ କରିଦିଆଯାଇଛି।