ଟ୍ରକ୍‌ ଓଲଟି ୧୬ ଶ୍ରମିକ ମୃତ, ୫ ଗୁରୁତର

ମୁମ୍ବାଇ: ମହାରାଷ୍ଟ୍ରର ଜଲ୍‌ଗାଓଁ ଜିଲ୍ଲାରେ ଟ୍ରକ୍‌ ଓଲଟି ୧୬ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୫ଜଣ ଗୁରତର ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତି ପ୍ରାୟ ୧ଟା ସମୟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଆହତଙ୍କୁ ସ୍ଥାନୀୟ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ଏକ ଅମୃତଭଣ୍ଡା ବୋଝେଇ ଟ୍ରକ୍‌ରେ ଶ୍ରମିକମାନେ ଯାଉଥିବା ବେଳେ ଜଲ୍‌ଗାଓଁ ଜିଲ୍ଲାର ୟାୱାଲ୍‌ ତାଲୁକାର କିନ୍‌ଗାଓଁ ନିକଟରେ ଟ୍ରକ୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଫଳରେ ୧୬ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକମାନେ ଅଭୋଦା, କେହରଲା ଓ ରାଭେର ଜିଲ୍ଲାର ବୋଲି ଜଣାପଡ଼ିଛି।

ସୂଚନାଥାଉ କି, ଗତକାଲି ଭୋର ୪ଟା ସମୟରେ ଆନ୍ଧ୍ରପ୍ରଦେଶର କୁର୍ନୁଲ ଜିଲ୍ଲାରେ ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା ହେବା ଯୋଗୁ ୧୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଥିଲେ।

You might also like