ବିଭିନ୍ନ ବିମାନରେ ଯାତ୍ରା କରିଥିବା ୧୬ ଯାତ୍ରୀ କରୋନା ପଜିଟିଭ୍ ଚିହ୍ନଟ
ନୂଆଦିଲ୍ଲୀ: ଦେଶର ବିମାନ ସେବା ଆରମ୍ଭ ପରେ ଭିନ୍ନ ଭିନ୍ନ ତିନିଟି କମ୍ପାନିର ଏୟାରଲାଇନ୍ସରେ ଯାତ୍ରା କରିଥିବା ୧୬ ଜଣ ଯାତ୍ରୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।
ଏମାନଙ୍କ ମଧ୍ୟରୁ କେବଳ ଇଣ୍ଡିଗୋ ବିମାନରେ ଯାତ୍ରା କରିଥିବା ୧୨ ଜଣ ଆକ୍ରାନ୍ତ ଥିବା ସଂପୃକ୍ତ ଏୟାରଲାଇନ୍ସ ପକ୍ଷରୁ ସୂଚନା ଦିଆଯାଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।
ଦିଲ୍ଲୀରୁ ଜାମ୍ମୁ ଫ୍ଲାଇଟ୍ରୁ ୩ଜଣ, ବେଙ୍ଗାଳୁରୁଠାରୁ କୋଏମ୍ବାଟୁର ଫ୍ଲାଇଟରେ ୬ଜଣ, ଦିଲ୍ଲୀ-କୋଏମ୍ବାଟୁର ଫ୍ଲାଇଟରେ ୨ ଜଣ ଓ ବେଙ୍ଗାଳୁର-ମଦୁରାଇ ଫ୍ଲାଇଟରେ ଜଣେ ଯାତ୍ରୀ ପଜିଟିଭ ଆସିଥିବା ଜଣାପଡ଼ିଛି। ପଜିଟିଭ ଚିହ୍ନଟ ହୋଇଥିବା କୌଣସି ଯାତ୍ରୀଙ୍କ ଲକ୍ଷଣ ନଥିଲା ବୋଲି ମଧ୍ୟ ଏୟାରଲାଇନ୍ସ ପକ୍ଷରୁ ସ୍ପଷ୍ଟ କରାଯାଇଛି।