ଦେଶରେ ଗୋଟିଏ ଦିନରେ ୮୮ କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଗୁରୁବାର ମୃତ୍ୟୁସଂଖ୍ୟାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଦେଶରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୮୮ ନୂଆ ମାମଲା ସାମ୍ନାକୁ ଆସିଛି। ଏଥିମଧ୍ୟରୁ ଦିଲ୍ଲୀରେ ୪ ଜଣ ଅଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂୂଚନା ଅନୁସାରେ ଭାରତରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୪୯ରେ ପହଞ୍ଚିଲାଣି। ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୩୧ ହଜାରରୁ ଅଧିକ ହୋଇଥିବାବେଳେ ମୃତକଙ୍କ ସଂଖ୍ୟା ୨୪ ହଜାର ଟପିଲାଣି । ଅନ୍ୟପକ୍ଷେ ଏକ ଲକ୍ଷ ୨୩ ହଜାରରୁ ଅଧିକ ଲୋକ ଏହି ଭାଇରସକୁ ହରାଇ ନୂଆ ଜୀବନ ପାଇଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଭାରତରେ କାଶ୍ମୀରରେ ଜଣେ ୬୫ ବର୍ଷୀୟ ବ୍ୟବସାୟୀ ଏବଂ ରାଜସ୍ଥାନର ଭିଲବାଡା ନିବାସୀ ୭୩ ବର୍ଷୀୟ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ତେବେ ଅନୁଧ୍ୟାନରୁ ଜଣାଯାଇଛି, ଦେଶରେ ମୃତ୍ୟୁ ହୋଇଥିବା  ଲୋକଙ୍କ ମଧ୍ୟରେ ବୟସ୍କଙ୍କ ସଂଖ୍ୟା ଅଧିକ ରହିଛି।  ରାଜସ୍ଥାନ ସ୍ୱାସ୍ଥ୍ୟ ମନ୍ତ୍ରୀ ରଘୁ ଶର୍ମାଙ୍କ କହିବା ଅନୁସାରେ, ରାଜସ୍ଥାନରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ମଧୁମେହ, କୀଡନି ଏବଂ  ହୃଦରୋଗ ପୀଡ଼ିତ ଥିଲେ।

 

 

 

You might also like