ବିବାହ ଉତ୍ସବରେ ଯୋଗ ଦେଇ ୧୫ କରୋନା ଆକ୍ରାନ୍ତ; ୧୨୭ କ୍ୱାରେଣ୍ଟିନ୍‌ରେ

ଜୟପୁର: ବିବାହ ଉତ୍ସବରେ ଯୋଗ ଦେଇ ୧୫ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଘଟଣା ହେଉଛି ରାଜସ୍ଥାନ ଭିଲୱାରା ଜିଲ୍ଲାରେ। ଜୁନ ୧୯ ତାରିଖରେ ବାହାଘରରେ ପ୍ରାୟ ୨୫୦ ଲୋକ ରୋଷଣୀରେ ଯାଉଥିଲେ। ଅନ୍ୟ ୧୪ ଜଣଙ୍କ ସହିତ ବର ପିତା ମଧ୍ୟ ରୋଷଣୀରେ ଯୋଗ ଦେଇଥିଲେ। ଏବେ ଏହି ୧୫ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ଡାକ୍ତରଙ୍କ କହିବାନୁସାରେ, ଏହି ବିବାହ ଉତ୍ସବରେ ଅନେକ ବୟସ୍କ ବ୍ୟକ୍ତି ଥିଲେ। ବର ମାମୁଁ ମାଇଁ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ତାଙ୍କ ଜେଜେମା ଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି।

ତେବେ ଏଥିରେ କନ୍ୟାକୁ ମିଶାଇ ୭ ଜଣଙ୍କର କରୋନା ରିପୋର୍ଟ ନେଗେଟିଭ୍‌ ଆସିଛି। ତେବେ ସଂକ୍ରମିତ ହୋଇଥିବା ୧୫ ଜଣ ଆକ୍ରାନ୍ତ ଏବେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଅନ୍ୟ ୧୨୭ ଜଣ କ୍ୱାରେଣ୍ଟିନ୍‌ରେ ରହିଛନ୍ତି। ତେବେ ଏଥିରେ ରାଜସ୍ଥାନ ସରକାର କାର୍ଯ୍ୟାନୁଷ୍ଠାନ ସ୍ୱରୁପ କ୍ୱାରେଣ୍ଟିନ୍‌ ସେଣ୍ଟର ଓ ଚିକିତ୍ସା ଖର୍ଚ୍ଚ ବର ପିତାଙ୍କୁ ବହନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏନେଇ ଭିଲୱାରା ଡିଏମ୍‌(ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍) ରାଜେନ୍ଦ୍ର ଭଟ୍ଟ ସମ୍ପୃକ୍ତ ଅଞ୍ଚଳର ତହସିଲଦାରକୁ ନୋଟିଶ୍ କରିଛନ୍ତି। ୩ ଦିନ ଭିତରେ ଖର୍ଚ୍ଚ ସମ୍ପର୍କିତ ସମସ୍ତ ଅର୍ଥ ବର ପିତାଙ୍କ ଠାରୁ ଆଦାୟ କରି ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡରେ ଜମା କରିବାକୁ ନୋଟିସ୍‌ରେ କୁହାଯାଇଛି। କେବଳେ ସେତିକି ନୁହେଁ, ଯଦି ଭବିଷ୍ୟତରେ ଅଧିକ ଖର୍ଚ୍ଚ ହୁଏ, ସେ ସବୁ ଖର୍ଚ୍ଚ ବି ବର ପିତା ବହନ କରିବେ ବୋଲି ଡିଏମ୍‌ କହିଛନ୍ତି।

ମହାମାରୀ ନିୟମ ଅନୁସାରେ ଏଭଳି ପଦକ୍ଷେପ ନିଆଯାଇଥିବା ରାଜସ୍ଥାନ ସରକାରଙ୍କ ପକ୍ଷରୁ କୁହାଯାଇଛି। ଏଠାରେ ବିବାହ ଉତ୍ସବରେ ୫୦ରୁ ଅଧିକ ଲୋକଙ୍କୁ ଏକାଠି ହେବାକୁ ମନା ହୋଇଛି। କିନ୍ତୁ ବ୍ୟକ୍ତି ଜଣଙ୍କ ତାଙ୍କ ପୁଅ ବାହାଘରରେ ନିୟମ ଭାଙ୍ଗିଥିବାରୁ ଏପରି ଦଣ୍ଡବିଧାନ କରାଯାଇଛି। ସୂଚନା ଥାଉକି ୧୯ ତାରିଖରେ ଏହି ବାହାଘର ହୋଇଥିଲା। ଏହାର ଦୁଇଦିନ ପରେ ଜୁନ ୨୧ ତାରିଖରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ।

ଆହୁରି ପଢ଼ନ୍ତୁ

ଦିନକରେ ୧୬ କରୋନା ରୋଗୀ ଆଖି ବୁଜିଲେ

୨୪ ଘଣ୍ଟାରେ ଚିହ୍ନଟ ହେଲେ ୪, ୩୫୬ କରୋନା ଆକ୍ରାନ୍ତ, ରେକର୍ଡ ଭାଙ୍ଗିଲା ଖୋର୍ଦ୍ଧା‌

ଜବତ ହେଲା ବିପୁଳ ନକଲି କରୋନା ଔଷଧ

ବନ୍ଦ ହୋଇଯିବ କି ରାଜଧାନୀର ଦୋକାନ?

ଦିନକରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱରରୁ ୩୨୬ କରୋନା ପଜିଟିଭ ଚିହ୍ନଟ, ୨୫୬ ଲୋକାଲ କଣ୍ଟାକ୍ଟ

ଓଡ଼ିଶାର ଏଇ ପ୍ରମୁଖ ସହର ୨ ଦିନ ସଟଡାଉନ୍

ସାଧାରଣ ଲୋକଙ୍କୁ ଦିଆଗଲା ଋଷ ଭାକ୍ସିନ୍‌ ‘ସ୍ପୁଟନିକ ଭି’

ଅକ୍ଟୋବରରେ ହେବ ଭାରତ ପ୍ରସ୍ତୁତ ’କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ଦିନକରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ଆକ୍ରାନ୍ତ

୨୪ ଘଣ୍ଟାରେ ୪,୨୦୮ ପଜିଟିଭ୍‌ ଚିହ୍ନଟ, ଓଡ଼ିଶାରେ ୨ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଆଜିଠୁ ଏହି ଜିଲ୍ଲାରେ ୧୫ଦିନ ଯାଏ ରାସ୍ତାକଡ଼ ଫାଷ୍ଟଫୁଡ୍‌ ଦୋକାନ ବନ୍ଦ

You might also like