ଫାରୁକ୍‌ ଓ ଓମାର ଅବ୍‌ଦୁଲ୍ଲାଙ୍କୁ ଭେଟିଲେ ଦଳୀୟ କର୍ମୀ

ଶ୍ରୀନଗର: ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ନ୍ୟାସନାଲ୍‌ କନଫରେନସ(ଏନସି)ର ଅଧ୍ୟକ୍ଷ ଫାରୁକ୍ ଅବ୍‌ଦୁଲ୍ଲାଙ୍କୁ ଆଜି ନିଜ ଦଳର ୧୫ ଜଣିଆ ପ୍ରତିନିଧି ଦଳ ଭେଟିଛନ୍ତି।

ଫାରୁକଙ୍କୁ ତାଙ୍କ ଶ୍ରୀନଗର ବାସଭବନରେ ଓ  ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦଳର ଉପାଧ୍ୟକ୍ଷ ଓମାର ଅବ୍‌ଦୁଲ୍ଲାଙ୍କୁ ଷ୍ଟେଟ୍‌ ଗେଷ୍ଟ ହାଉସରେ ଏନସି ପ୍ରତିନିଧି ଦଳ ଭେଟିଛନ୍ତି।

ଅଗଷ୍ଟ ୫ରେ ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଏହି ଦୁଇ ନେତା ଗୃହବନ୍ଦୀ ରହିଛନ୍ତି। ହିଂସା ଆଶଙ୍କା ଯୋଗୁ ଅନେକ ନେତାଙ୍କୁ ଜମ୍ମୁ ପ୍ରଶାସନ ବନ୍ଦୀ କରି ରଖିଛି। ଯେଉଁଥିରେ ପିଡିପି ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ମଧ୍ୟ ଅନ୍ତର୍ଭୁକ୍ତ।

ଗତକାଲି ଫାରୁକ୍ ଏବଂ ଉମରଙ୍କୁ ଭେଟିବା ପାଇଁ ଏନସି ନେତା ରାଜ୍ୟପାଳ ସତ୍ୟ ପାଲ୍ ମଲ୍ଲିକଙ୍କୁ ଭେଟି ଅନୁମତି ମାଗିଥିଲେ। ଏହାପରେ ରାଜ୍ୟପାଳ ଅନୁମତି ଦେଇଥିଲେ।

ଧାରା ୩୭୦ ଉଚ୍ଛେଦକୁ ୨ ମାସ ପୂରଣ ହୋଇ ସାରିଛି।

ଆହୁରି ପଢ଼ନ୍ତୁ

ରାଫେଲ୍‌ ମାମଲାର ରିଭ୍ୟୁ ପିଟିସନ୍‌ ସୁପ୍ରିମ୍‌କୋର୍ଟରେ ଖାରଜ: କେନ୍ଦ୍ର ସରକାର ଆଶ୍ୱସ୍ତ

ଆତଙ୍କବାଦୀଙ୍କୁ ଦେଶର ହିରୋ କହିଲେ ମୁସାରଫ

ସତରେ କ’ଣ ଏହା ନର୍କର ପ୍ରବେଶ ପଥ ?

କୋର୍ଟ ଅବମାନନା ମାମଲା; ‘ଚୌକିଦାର ଚୌର ହୈ’ ପାଇଁ ରାହୁଲଙ୍କୁ ଚେତାବନୀ ଦେଲେ ସୁପ୍ରିମ୍‌କୋର୍ଟ

ସାବରୀମାଲା ମାମଲା ଶୁଣାଣି କରିବେ ୭ ଜଣିଆ ଖଣ୍ଡପୀଠ

ଭୟଙ୍କର ସଡ଼କ ଦୁର୍ଘଟଣା, ଚାଲିଗଲା ୭ ଜୀବନ

ଅଯୋଧ୍ୟା ବିବାଦ: ମୁସଲିମ୍‌ ପକ୍ଷ କହିଲେ ଜମି ନେବୁ ତ ସେଇଠି

ବିଜେପି, ଶିବସେନା କଳିକୁ ନେଇ ଏମିତି କହିଲେ ଅମିତ ଶାହ

୧୧ ଲକ୍ଷ ଟଙ୍କାର ଯୌତୁକ ଆଡେଇ ଦେଲେ, ନେଲେ ୧୧ ଟଙ୍କା

ଆଇସିଜେ ଛାଟ; କୁଳଭୂଷଣଙ୍କ ପାଇଁ ଆର୍ମି ଆଇନ୍‌ ପରିବର୍ତ୍ତନ କଲା ପାକିସ୍ତାନ

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ହେବ RTI ପରିସରଭୁକ୍ତ

ମହାରାଷ୍ଟ୍ର ରାଜନୀତି; ମୁଖ୍ୟମନ୍ତ୍ରୀ ଚୌକିରେ ୫୦-୫୦ ବସିବେ କଂଗ୍ରେସ-ଶିବସେନା !

You might also like