ବୟସ ୧୪, ଉଚ୍ଚତା ୭ ଫୁଟରୁ ଅଧିକ

ନୂଆଦିଲ୍ଲୀ: ଶରୀରର ଉଚ୍ଚତାକୁ ନେଇ କିଏ ବା ଚିନ୍ତିତ ନୁହେଁ। ହାଇଟ୍‌ ବଢାଇବା ପାଇଁ କେତେ ପରିଶ୍ରମ କରିବାକୁ ନ ପଡ଼ୁଛି ! ହେଲେ ଏଇ ବାଳକଙ୍କୁ ଦେଖ। ଏତେ ଉଚ୍ଚତା ! ମାତ୍ର ୧୪ ବର୍ଷ ବୟସରେ ୭ ଫୁଟ ୩ ଇଞ୍ଚ । ବାପ୍‌ରେ… ଦ୍ର ଗ୍ରେଟ ଖଲିଙ୍କ ଉଚ୍ଚତା( ୭ ଫୁଟ ୧ ଇଞ୍ଚ)ଠାରୁ ବି ଅଧିକ। ହଁ,  ଚୀନର ଏହି ବାଳକଙ୍କୁ ପୃଥିବୀର ଟଲେଷ୍ଟ ମେଲ ଟିନ୍‌ଏଜର ମାନ୍ୟତା ମିଳିଛି।

ଚୀନ୍‌ର ଏହି ଡେଙ୍ଗା ବାଳକଙ୍କର ନାମ  Ren Keyu। ସିୟୁଚାନ୍‌ର ଦକ୍ଷିଣ ପଶ୍ଚିମ ପ୍ରାନ୍ତ ଲେଶାନ ସହରର ବାସିନ୍ଦା। ଅକ୍ଟୋବର ୧୮ ତାରିଖ ସେ ତାଙ୍କର ୧୪ତମ ଜନ୍ମଦିନ ପାଳନ କରିଥିଲେ। ଏହି ଅବସରରେ ତାଙ୍କର ଉଚ୍ଚତାର ମାପ ନିଆଯାଇଥିଲା।  ରେନ୍‌ ତା ବୟସର ଅନ୍ୟ ପିଲାଙ୍କ ତୁଳନାରେ ୨ ଫୁଟ ଅଧିକ ଉଚ୍ଚତା ଥିବା ଜଣାପଡ଼ିଛି।  ରେନୁ ଏବେ ଜୁନିୟର ହାଇସ୍କୁଲର ଛାତ୍ର। ସେ ଯେତେବେଳେ କିଣ୍ଡର ଗାର୍ଡନ ସ୍କୁଲର ଛାତ୍ର ଥିଲେ ସେତେବେଳେ ତାଙ୍କ ଉଚ୍ଚତା ୧.୩।

ତେବେ ଏହି ଉଚ୍ଚତା ରେନଙ୍କର ଏକ ସ୍ୱାସ୍ଥ୍ୟଗତ ସମସ୍ୟା ବୋଲି ଡାକ୍ତର କୁହନ୍ତି। କାରଣ ଫ୍ଲାଟ ଲେଗ୍‌ କାରଣରୁ ତାଙ୍କର ସ୍ପୋର୍ଟସ ଲାଇଫ ପ୍ରଭାବିତ ହେବାର ଆଶଙ୍କା ରହିଛି। ରେନ୍‌ଙ୍କ ଓଜନ ଏବେ ଅଛି ୧୨୬ କିଲୋ। ଏତେ ଓଜନ ସମ୍ଭାଳିବାରେ ତାଙ୍କ ପାଦ ସମସ୍ୟା ଦେଖା ଦେଇଛି ଯେଉଁଥିପାଇଁ ରେନଙ୍କ ପାଦର ୪ ଥର ସର୍ଜରୀ ହୋଇ ସାରିଲାଣି।

ଡାକ୍ତରଙ୍କ କହିବା ଅନୁଯାୟୀ ରେନ ଗିଗାନଟିଜିମ୍‌ ରୋଗରେ ପୀଡିତ । ଏପରି  ସ୍ଥିତିରେ ହର୍‌ମୋନ କାରଣରୁ ତାଙ୍କ ଉଚ୍ଚତା ଏପରି ଅସାମାନ୍ୟ ଭାବେ ବଢୁଛି।

ନିଜର ଉଚ୍ଚତାକୁ ନେଇ ସାଙ୍ଗସାଥୀ ତାଙ୍କୁ ଥଟ୍ଟା କରିଥାନ୍ତି। ଅବଶ୍ୟ ରେନ ସେଥିପାଇଁ ବ୍ୟସ୍ତ ନୁହଁନ୍ତି। ତେବେ ଅଧିକ ଉଚ୍ଚତା ପାଇଁ ପୋଷାକ, ଫର୍ଣ୍ଣିଚର ସବୁକିଛି ତାଙ୍କ ପାଇଁ ସ୍ୱତନ୍ତ୍ର ଭାବେ ତିଆରି କରିବାକୁ ପଡ଼ୁଛି।

ଏଠି କହିରଖିବୁ, ପୂର୍ବରୁ ଆମେରିକାର କେଭିନ ବ୍ରାଡଫୋର୍ଡ ( Kevin Bradford) ଅଧିକ ଉଚ୍ଚତା ପାଇଁ ଗିନିଜ ବୁକ୍‌ ଅଫ ରେକର୍ଡ କରିଥିଲେ। ତାଙ୍କ ଉଚ୍ଚତା ୨୦୧୫ ଏପ୍ରିଲ ୩୦ ତାରିଖ ସୁଦ୍ଧା ଥିଲା ୭.୧ ଫୁଟ ଥିଲା।

You might also like