ପ୍ରଧାନମନ୍ତ୍ରୀଙ୍କୁ କୁନି ଝିଅର ଶେଷ ଚିଠି; ଏ ଦୁନିଆ ମୋତେ ଆଉ ଭଲ ଲାଗୁନି….

ନୂଆଦିଲ୍ଲୀ:  ‘ମୋ ନାଁ ଆଞ୍ଚଲ ଗୋସ୍ୱାମୀ। ଏ ଦୁନିଆ ଆଉ ମୋତେ ଭଲ ଲାଗୁନି। ଏଠାରେ ଲୋକେ ପରସ୍ପର ସହ ଝଗଡ଼ା କରୁଛନ୍ତି। ମା’ ବାପାଙ୍କୁ ବୃଦ୍ଧାଶ୍ରମରେ ଛାଡ଼ି ଦେଉଛନ୍ତି। ଗାଳିଗୁଲଜ କରୁଛନ୍ତି, ମାରପିଟ୍‌ ବି କରୁଛନ୍ତି। ଲୋକେ ନିଜ ସୁବିଧା ପାଇଁ ଗଛ କାଟି ଦେଉଛନ୍ତି। ଜୀବଜନ୍ତୁଙ୍କ ପ୍ରତି ନିର୍ଦ୍ଦୟ ହୋଇଯାଉଛନ୍ତି। ଯେଉଁମାନେ ମାଂସାହାରୀ ସେମାନେ ମୋତେ ବହୁତ ଖରାପ ଲାଗୁଛନ୍ତି। ଏମିତି ଲୋକଙ୍କୁ ବହୁତ୍‌ ଘୃଣା ଲାଗୁଛି ଯେଉଁମାନେ ରାଷ୍ଟ୍ରୀୟ ସଂଗୀତ ଗାଇବାବେଳେ ଠିଆ ହେବାକୁ କୁଣ୍ଠାବୋଧ କରୁଛନ୍ତି। ଯେଉଁମାନେ ଦେଶ ବିରୋଧୀ କାମ କରୁଛନ୍ତି ସେମାନେଙ୍କୁ ଦେଶରୁ ବାହାର କରିଦେବା ଉଚିତ୍‌…‘

ଏକ କୋମଳ ହୃଦୟ ଏତେ ବଡ ବଡ ଦୁଃଖକୁ ବା କିପରି ସହି ପାରିଥାନ୍ତା ? ସେଥିପାଇଁ ନେଲା ଏମିତି ଚରମ ପଦକ୍ଷେପ । ୧୪ ବର୍ଷର ଆଞ୍ଚଲ ସ୍ୱାଧୀନତା ପୂର୍ବ ଦିନ ନିଜକୁ ଗୁଳି କରି ଆତ୍ମହତ୍ୟା କରିବା ପରେ ମିଳିଛି ଏଇ ସୁଇସାଇଡ଼୍‌ ନୋଟ। ଆତ୍ମହତ୍ୟା ପାଇଁ ସେ କାହାକୁ ଦୋଷ ଦେଇନି। ନିଜ ଇଚ୍ଛାରେ ଆତ୍ମହତ୍ୟା କରିଛି ବୋଲି ଲେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ଛାଡି ଯାଇଛି ଏକ ଚିଠି। ଅନେକ ସମସ୍ୟା ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ସେ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛି ଏହି ଶେଷ ଚିଠିରେ।

ଉତ୍ତର ପ୍ରଦେଶ ସମ୍ଭଲ ଜିଲ୍ଲାରେ ଘଟିଛି ଏପରି ଘଟଣା।   ଅଗଷ୍ଟ ୧୪ ତାରିଖ ରାତି ପ୍ରାୟ ୧୦ଟାରେ ସମ୍ଭଲ ପୁଲିସକୁ ଆଞ୍ଚଲ ନାମ୍ନୀ ଜଣେ ଝିଅ ଆତ୍ମହତ୍ୟା କରିଥିବା ଖବର ପାଇଥିଲା। ମୃତ୍ୟୁର କିଛି ଦିନ ପରେ ଆଞ୍ଚଲର ସୁଇସାଇଡ଼୍‌ ନୋଟ ପୋଲିସ ହାତରେ ଲାଗିଥିଲା। ସେ ଆତ୍ମହତ୍ୟା ନିଜ ଇଚ୍ଛାରେ କରିଛି ଏବଂ ଏଥିପାଇଁ ପରିବାର ଲୋକଙ୍କୁ ହଇରାଣ ନ କରିବା ପାଇଁ ଲେଖି ଯାଇଛି। ଏଥିସହିତ ବିଭିନ୍ନ ସମସ୍ୟା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ଏକ ଚିଠି ମଧ୍ୟ ଲେଖି ଯାଇଛି।

ଚିଠିରେ ଲେଖିଛି, ପ୍ରଧାନମନ୍ତ୍ରୀଜୀ, ଆପଣଙ୍କୁ ନମସ୍କାର। ମୁଁ ଆତ୍ମହତ୍ୟା କରିବା ପାଇଁ ଚାହୁଛି। ଏଥିପାଇଁ କେହି ଦାୟୀ ନୁହଁନ୍ତି। ନା ଘର ଲୋକ… ନା ବାହାର ଲୋକ।’

ସେତିକି ନୁହେଁ, ମା‘ଙ୍କ ଉଦ୍ଦେଶ୍ୟରେ  କ୍ଷମା ମାଗିଛି କୁନି ଝିଅ। ଲେଖିଛି- ‘ମମ୍ମିକୁ କ୍ଷମା ମାଗିବାକୁ ଚାହୁଁଛି। ମମ୍ମି, ମୁଁ ଜାଣିନି ମୋର କ’ଣ  ହେଇଛି। ମୋତେ ଲାଗୁଛି, ମୁଁ ବଞ୍ଚି ରହିବାକୁ ଯେମିତି କେହି ଚାହୁଁ ନାହାନ୍ତି। ମୁଁ ଅସହାୟ ହୋଇ ପଡ଼ୁଛି। ଯେମିତି ମୋ ଜୀବନ ନର୍କ ହୋଇଯାଉଛି। ହଁ, ଏଇ ଶରୀର କପଡ଼ା ପରି ଦୁର୍ବଳ…ଶେଷ ବିଦାୟ…।

ଆଞ୍ଚଲ ସୁଇସାଇଡ୍‌ ନୋଟରେ ନରେନ୍ଦ୍ର ମୋଦିଙ୍କୁ  ପ୍ରଶଂସା କରି ଲେଖିଛି, ‘ଆପଣଙ୍କ ପରି ପ୍ରଧାନମନ୍ତ୍ରୀ କେହି ନାହାନ୍ତି। ଆପଣଙ୍କୁ ମୁଁ ବହୁତ ସମ୍ମାନ କରେ। କାଶ୍‌ ! ମୁଁ ଆପଣଙ୍କୁ ମୋ ଆୟୁ ଦେଇପାରନ୍ତି ! ଏ ଦେଇ ଦୀର୍ଘ ବର୍ଷ ଧରି ଅନ୍ଧାରରେ ଥିଲା। ଆପଣ ପ୍ରଥମ ସୂର୍ଯ୍ୟ ହୋଇ ଆସିଛନ୍ତି। ପ୍ରଧାନମନ୍ତ୍ରୀ ଜୀ, ମୁଁ ଆପଣଙ୍କୁ ବ୍ୟକ୍ତିଗତ ଭାବେ ଭେଟିବାକୁ ଚାହୁଁଥିଲି। ହେଲେ ଅସମ୍ଭବ। କାରଣୂ ଆପଣ ନିଜକୁ ବି ସମୟ ଦେଇ ପାରୁନାହାନ୍ତି। ନିରନ୍ତର ଦେଶ ସେବାରେ ଲାଗିଛନ୍ତି। ..‘

ସେ ଆହୁରି ଲେଖିଛନ୍ତି, ‘ମୁଁ ଭଗବାନ ଶିବଙ୍କୁ ପ୍ରାର୍ଥନା କରୁଛି…ଭାରତକୁ ଶକ୍ତିଶାଳୀ କରନ୍ତୁ, ଅମର କରନ୍ତୁ। ଭାରତ ପ୍ରତି ଆଶୀଷ ଢାଳି ଦିଅନ୍ତୁ।‘

ଏଥିସହିତ ପ୍ରଦୂଷଣ ମୁକ୍ତ ପାଇଁ ବୃକ୍ଷରୋପଣ କରିବା,  ଆବର୍ଜନା ଦୂର କରିବା ତଥା ଜନସଂଖ୍ୟା ବୃଦ୍ଧି ନିୟନ୍ତ୍ରଣ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ  ଆକୁଳ ନିବେଦନ କରିଛନ୍ତି।

ଆହୁରି ପଢ଼ନ୍ତୁ

ବାବ୍ରୀ ମସଜିଦ୍ ଭଙ୍ଗା ମାମଲାର ରାୟ: ୩୨ ଅଭିଯୁକ୍ତ ନିର୍ଦ୍ଦୋଷ

ହାଥରସ ଗଣଦୁଷ୍କର୍ମ ମାମଲା; ପରିବାର ଲୋକଙ୍କୁ ଘରେ ବନ୍ଦ କରି ପୀଡିତାଙ୍କ ଶବ ସତ୍କାର କଲା ପୋଲିସ

ପ୍ରେସିଡେନ୍‌ସିଆଲ ଡିବେଟରେ ମୁହାଁମୁହିଁ ହେଲେ ଟ୍ରମ୍ପ-ବିଡେନ

ଆସନ୍ତାବର୍ଷ ସୁଦ୍ଧା କମ୍‌ ଦାମ୍‌ରେ ମିଳିବ କରୋନା ଟିକା

୨୮ ବର୍ଷ ପରେ ଆଜି ହେବ ବାବରି ମସଜିଦ୍ ଭଙ୍ଗା ମାମଲାର ରାୟ ଶୁଣାଣି

ଏହି ରାଜ୍ୟରେ ଅକ୍ଟୋବର ୩୧ ଯାଏ ବଢ଼ିଲା ଲକ୍‌ଡାଉନ୍‌

ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କରୋନାରେ ଆକ୍ରାନ୍ତ

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଏମିତି ରିପୋର୍ଟ ଦେଲା ଦିଲ୍ଲୀ ଏମ୍ସର ଡାକ୍ତରୀ ଟିମ୍

ସୁଶାନ୍ତଙ୍କ ମୃତ୍ୟୁ ସହିତ ଡ୍ରଗ୍ସ କାରବାର ତଦନ୍ତର କୌଣସି ସମ୍ପର୍କ ନାହିଁ; NCB

ଆଉ ଜଣେ ଅଭିନେତାଙ୍କ ଆତ୍ମହତ୍ୟା !

କରୋନାରୁ ସୁସ୍ଥ ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ

୫୪ ସିଟ୍ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କଲେ ଇସି

You might also like