ଅଧିକ ବିପଜ୍ଜନକ ହେଉଛି କରୋନା: ବାରମ୍ବାର ବଦଳାଉଛି ଲକ୍ଷଣ

ନୂଆଦିଲ୍ଲୀ: ଲକ୍ଷଣ ବଦଳାଇବାରେ ଲାଗିଛି କୋଭିଡ୍-19 ଭୂତାଣୁ। ମଣିଷ ଶୀରରେ ସଂକ୍ରମଣ ହେବା ପରଠାରୁ ଏଥିରେ ବିଭିନ୍ନ ପ୍ରକାର ପରିବର୍ତ୍ତନ ଦେଖାଦେଉଛି। ତେବେ ଏକ ନିର୍ଦ୍ଦିଷ୍ଟ ପରିବର୍ତ୍ତନ ଯୋଗୁ ଭୂତାଣ ଅଧିକ ସଂକ୍ରାମକ ହେବାରେ ଲାଗିଛି।

SARS-COV 2 ଭୂତାଣୁରେ ଏହି ପରିବର୍ତ୍ତନକୁ ବୈଜ୍ଞାନିକ D614G ଭାବେ ନାମିତ କରିଛନ୍ତି। ଏହାଦ୍ୱାରା ଭୂତାଣୁ ଅଧିକ ବିପଜ୍ଜନକ ହେଉଛି। ଭାରତ ସମେତ ସାରା ବିଶ୍ୱରେ ଭୂତାଣୁ ଲକ୍ଷଣ ପରିବର୍ତ୍ତନ କରୁଥିବା ନଜର ଆସିଛି।

ଆମେରିକାର ସରକାରୀ ଲସ୍ ଆଲାମୋସ୍ ନ୍ୟାସନାଲ ଲାବୋରାଟୋରୀ ନେତୃତ୍ୱରେ କରାଯାଇଥିବା ଏକ ଗବେଷଣାରୁ ୧୪ଟି ପରିବର୍ତ୍ତନ ଦେଖିଛନ୍ତି।

ଏହି ପରୀକ୍ଷାଗାରରେ ଭାରତୀୟ ବଂଶୋଦ୍ଭବ ଡାକ୍ତର ତନ୍ମୟ ଭଟ୍ଟାଚାର୍ଯ୍ୟ ମଧ୍ୟ ରହିଛନ୍ତି। ସେପରେ ଅଷ୍ଟ୍ରେଲିଆରେ ଥିବା କମନେୱେଲ୍‌ଥ ସାଇଣ୍ଟିଫିକ୍ ଓ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ ଅର୍ଗାନାଇଜେସନ୍ ବା csiro କାର୍ଯ୍ୟରତ ଭାରତୀୟ ବଂଶୋଦ୍ଭବ ବୈଜ୍ଞାନିକ ପ୍ରଫେସର ଏସ୍ଏସ୍ ଭାସନ ଏବଂ ତାଙ୍କ ସହଯୋଗୀ ଭାରତରେ କରୋନା ଭୂତାଣୁର ୮୨ ପ୍ରକାର ନମୁନା ବିଶ୍ଲେଷଣ କରିଛନ୍ତି।

ଏଥିରୁ ୫୦ ପ୍ରତିଶତ ନିଜ ଲକ୍ଷଣ ପରିବର୍ତ୍ତନ କରୁଥିବା ନଜରକୁ ଆସିଛି। ଅନ୍ୟପକ୍ଷରେ ବିଶ୍ୱରେ ଦୁଇ ତୃତୀୟାଂଶ ନମୁନାରେ D614G ପରିବର୍ତ୍ତନ ଦେଖିବାକୁ ମିଳୁଛି। ତେବେ ଭୂତାଣୁ ଏହାର ଲକ୍ଷଣ ବଦଳାଉଥିଲେ ମଧ୍ୟ ଭ୍ୟାକସିନ୍ ପ୍ରସ୍ତୁତିରେ କୌଣସି ଅସୁବିଧା ହେବ ନାହିଁ ବୋଲି ପ୍ରଫେସର ଭାସନ ମତ ଦେଇଛନ୍ତି।

You might also like